ଭୁବନେଶ୍ୱର: କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି OAIC ଚେୟାରମ୍ୟାନ ଦେବାଶିଷ ମହାନ୍ତି । ଏ ନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଦେବାଶିଷ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଆଜି କରୋନା ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଛନ୍ତି। ମାତ୍ର ଏହା ତାଙ୍କୁ ହତୋତ୍ସାହିତ କରିନାହିଁ। ସେ ଏବେ ଘରୋଇ ସଙ୍ଗରୋଧରେ ଥିବା କହିଛନ୍ତି । ଗତ କିଛିଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିବା ବନ୍ଧୁ ମାନଙ୍କୁ କରୋନା ପରୀକ୍ଷା କରେଇନେବା ପାଇଁ ସେ ଅନୁରୋଧ କରିଛନ୍ତି ।
Comments are closed.