Latest Odisha News

BREAKING NEWS

ସୋମବାରଠୁ ଆରମ୍ଭ ହେବ + ୨ ଛାତ୍ରଛାତ୍ରୀଙ୍କ ଟିଭି କ୍ଲାସ

ଭୁବନେଶ୍ୱର: ସୋମବାର ଠାରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ଟିଭି କ୍ଲାସ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୦୨୧ ମସିହାରେ ଫାଇନାଲ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାର ଟିଭି କ୍ଲାସ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏନେଇ ସୂଚନା ଦେଇଛନ୍ତି ।

ସୋମବାର ଠାରୁ ଦୂରଦର୍ଶନ ମାଧ୍ୟମରେ ଟିଭି କ୍ଲାସ ଆରମ୍ଭ ହେବ। ବିଶେଷଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ଆୟୋଜିତ କ୍ଲାସ୍ ସପ୍ତାହରେ ପାଞ୍ଚ ଦିନ (ସୋମବାରରୁ ଶୁକ୍ରବାର) ସକାଳ ୧୦ ରୁ ୧୧ ଟା ପର୍ଯ୍ୟନ୍ତ ହେବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.