Latest Odisha News

BREAKING NEWS

ପବଜୀ ଖେଳି ପାରିଲେନି ବୋଲି ….

ପଶ୍ଚିମବଙ୍ଗ: ପବଜୀ ନିଶାରେ ଯୁବ ପୀଢ଼ୀ । ଆପ୍ ବ୍ୟାନ ପରେ ଯୁବଗୋଷ୍ଠୀଙ୍କ ଟେନସନ୍ ବଢିଯାଇଛି । ଏମିତି ହୋଇଛି ଯେ ଜଣେ ଛାତ୍ର ନିଜ ଜୀବନକୁ ଶେଷ ବି କରି ଦେଲେ । ପଶ୍ଚିମବଙ୍ଗରୁ ସାମନାକୁ ଆସିଛି ଏହି ଘଟଣା ।

ପବଜୀ ଖେଳି ନପାରିବାରୁ ପଶ୍ଚିମବଙ୍ଗ ନାଦିଆ ଜିଲ୍ଲାରେ ଜଣେ ୨୧ ବର୍ଷର ଛାତ୍ର ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାଁ ପ୍ରୀତମ ହାଲଦାର । ସେ ଆଟିଆଇ ଛାତ୍ର ଥିଲେ । ନାଦିଆ ଜିଲ୍ଲାର ପୂର୍ବା ଲାଲପୁର ଗାଁ ସ୍ଥିତ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା ।

ପ୍ରୀତମଙ୍କ ମାଆ କହିଛନ୍ତି, ଭାରତରେ ପବଜୀ ଗେମ୍ ବ୍ୟାନ ହେବା ପରେ ସେ ଚିନ୍ତାଗ୍ରସ୍ତ ଥିଲେ । ପବଜୀ ଖେଳି ପାରୁ ନଥିବାରୁ ଭାରି ବ୍ୟସ୍ତ ହେଉଥିଲେ ପ୍ରୀତମ । ରାତିରେ ସେ ପବଜୀ ଖେଳନ୍ତି ।

ଶୁକ୍ରବାର ଦିନ ଜଳଖିଆ କରିବା ପରେ ସେ ନିଜ ବେଡରୁମକୁ ଯାଇଥିଲେ । ମଧ୍ୟାହ୍ନ ଭୋଜନ ଖାଇବାକୁ ଡାକିବାରୁ ଖୋଲି ନଥିଲେ କବାଟ । ପରେ କବାଟ ଭାଙ୍ଗି ଦେଖିଲା ବେଳକୁ ନିଜକୁ ଶେଷ କରି ଦେଇଥିଲେ ପ୍ରୀତମ । ପୋଲସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.