Latest Odisha News

BREAKING NEWS

୨ କିଲୋ ବାଲି ପାଇଁ ୮୬ ହଜାର ଟଙ୍କା, ୬ ବର୍ଷ ସଶ୍ରମ କାରାଦଣ୍ଡ !

ଭୁବନେଶ୍ୱର: ୮୬ ହଜାର ଟଙ୍କା । କାହା ପାଇଁ କମ୍‌, କାହା ପାଇଁ ଅଧିକ । ହେଲେ ଜରିମାନା ଲାଗିଲେ ଏହି ଅର୍ଥ ଅତ୍ୟଧିକ ବୋଧ ହୁଏ । ସାମାନ୍ୟ ବାଲି ପାଇଁ ଯଦି ମୋଟା ଅଙ୍କର ଜରିମାନା ଓ ଜେଲ ଦଣ୍ଡାଦେଶ ମିଳେ, ତେବେ କ’ଣ କରିବେ ଆପଣ ?

ଇଟାଲୀରେ ସାମ୍ନାକୁ ଆସିଛି ଏପରି ଏକ ଅଜବ ଘଟଣା । ଯେଉଁଠି ବାଲି ଚୋରି କରିବା ଜଣେ ପର୍ଯ୍ୟଟକଙ୍କୁ ମହଙ୍ଗା ପଡିଛି । ମାତ୍ର ୨କିଲୋ ବାଲି ଚୋରି କରି ଫରାସୀ ପର୍ଯ୍ୟଟକ ଜଣକ ଗଣିଛନ୍ତି ୮୬ ହଜାର ଟଙ୍କାର ଜରିମାନା । ପର୍ଯ୍ୟଟକ ଜଣକ ଇଟାଲୀର ବିରାଟକାୟ ସମୁଦ୍ରକୂଳ ସାର୍ଦ୍ଦିନିଆରୁ ବାଲି ଚୋରି କରିବାକୁ ଉଦ୍ୟମ କରିଥିଲେ ।

ସାର୍ଦ୍ଦିନିଆ ବିଚ୍‌ରୁ ବାଲି ଚୋରି କରିବା ଏକ ଧର୍ତ୍ତବ୍ୟ ଅପରାଧ । ଧଳା ବାଲି ଚୋରି କରିବା ଅପରାଧରେ ଜରିମାନା କିମ୍ବା ୬ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ରହିଛି । ତେବେ ଏଲ୍‌ମାସ୍ ଏୟାରପୋର୍ଟରୁ ସଂପୃକ୍ତ ପର୍ଯ୍ୟଟକଙ୍କ ବ୍ୟାଗ୍‌ରୁ ପ୍ଲାଷ୍ଟିକ ବୋତଲରେ ବାଲି ମିଳିବା ପରେ ତାଙ୍କୁ ଜରିମାନା ଦେବାକୁ କୁହାଯାଇଥିଲା ।

ତେବେ ସାର୍ଦ୍ଦିନିଆରେ ବାଲି ଚୋରି ମାମଲା ପୂର୍ବରୁ ବି ଅନେକ ଥର ସାମ୍ନାକୁ ଆସିଛି । ଅଗଷ୍ଟରେ ଏକ ଫରାସୀ ଦମ୍ପତ୍ତି ୧୪ଟି ପ୍ଲାଷ୍ଟିକ ବୋତଲରେ ୪୦କିଲୋ ବାଲି ଚୋରି କରିବା ଅଭିଯୋଗରେ ୬ ବର୍ଷ ଜେଲ ଦଣ୍ଡାଦେଶ ଭୋଗିଥିଲେ ।

Leave A Reply

Your email address will not be published.