Latest Odisha News

‘ବର୍ଷାକୁ ମୁଁ ସମ୍ମାନ କରେ’, ଛାଡପତ୍ର ଆବେଦନ ପରେ ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର: ଓଲିଉଡର ନମ୍ବର-୧ ଯୋଡୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ଭିତରେ ପରବାରିବ ବିବାଦ ଲାଗିଛି । ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି ବର୍ଷା । ଏହାରି ଭିତରେ ଆଜି କ୍ୟାମେରା ସାମ୍ନାରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଅଭିନେତା ଅନୁଭବ ମହାନ୍ତି ।

ସେ କହିଛନ୍ତି, ବର୍ଷାଙ୍କୁ ବହୁତ ଭଲ ପାଆନ୍ତି । ସେ ଏବେ ତାଙ୍କ ଘରେ ରହୁଛନ୍ତି । ଘର ଭିତରେ ସମସ୍ୟାର ସମାଧାନ ହୋଇନପାରିବାରୁ ଉଭୟ କୋର୍ଟର ଆଶ୍ରୟ ନେଲେ । ଏହା ତାଙ୍କର ବ୍ୟକ୍ତିଗତ ସମସ୍ୟା । ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି । ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି । ଏବଂ ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି ।

ଅନ୍ୟପଟେ ଏହି ମାମଲାର ଡ଼ିଆଇଆର ରିପୋର୍ଟ ଦାଖଲ ହୋଇନଥିବାରୁ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚାଯାଇଛି । ଏହାସହ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ସୂଚନା ରହିଛି । ଦିଲ୍ଲୀରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

Leave A Reply

Your email address will not be published.