Latest Odisha News

BREAKING NEWS

ଲଜ୍ଜା: ଦିବ୍ୟାଙ୍ଗ ନାବାଳିକାଙ୍କ ସମେତ ୨ଜଣଙ୍କୁ ଅପହରଣ ପରେ ଦୁଷ୍କର୍ମ

ବାଲେଶ୍ୱର/କଟକ : ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ଘଟଣା ଦିନକୁ ଦିନ ଏକ ମାରାତ୍ମକ ବ୍ୟାଧି ରୂପେ ବ୍ୟାପୁଥିବାବେଳେ କଟକ ଓ ବାଲେଶ୍ୱର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ।

ବାଲେଶ୍ୱର ନିକଟସ୍ଥ ବାଲିଆପାଳରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରସ୍ଥିତ ଆବାସିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ଜଣକ ଗତ ଶନିବାରଠାରୁ ନିଖୋଜ ଥିଲେ । ବହୁ ଖୋଜାଖୋଜା ପରେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା ଯାଇଥିଲାବେଳେ ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପକ୍ଷରେ ଛାତ୍ରୀଙ୍କ ମାଆ ଥାନାରେ ଏକ ଏତଲା ଦାୟର କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେହିପରି କଟକସ୍ଥିତ ପିଲିଗ୍ରୀମ୍ ରୋଡରେ ଥିବା ଏକ ଏଟିଏମ୍ ମଧ୍ୟରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଦୁଷ୍କର୍ମ ପରେ ଜୋବ୍ରା ନିକଟସ୍ଥ ଏକ ପଡିଆରେ ଫୋପାଡି ଦେଇଥିଲେ ।

ସ୍ଥାନୀୟ ଲୋକମାନେ ମହିଳାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ଆହୁରି ମଧ୍ୟ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ଘଟଣାରେ ସଂପୃକ୍ତି ଅଭିଯୋଗରେ ମାଲଗୋଦାମ ପୋଲିସ ଏଟିଏମର ସିକ୍ୟୁରିଟି ଗାର୍ଡ ଓ ତାଙ୍କର ଜଣେ ସାଙ୍ଗକୁ ପୁଲିସ୍ ଗିରଫ କରି ପଚରାଉଚରା ଜାରି କରିଛି ।

Leave A Reply

Your email address will not be published.