Latest Odisha News

BREAKING NEWS

କମଲା ହାରିସ୍ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଅପମାନ ହେବ: ଟ୍ରମ୍ପ

ଉତ୍ତର କାରୋଲିନା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ୍ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ ଏବଂ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଏହା ଆମେରିକା ପାଇଁ ଅପମାନ ହେବ।

ଯଦି ବିଡେନ ଜିତନ୍ତି, ତେବେ ଚୀନ୍ ଜିତିବ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଆମେ ବିଶ୍ୱ ଇତିହାସରେ ସର୍ବଶ୍ରେଷ୍ଠ ଅର୍ଥନୀତି ଗଠନ କରିବାର ପ୍ରୟାସ କରୁଅଛୁ ଏବଂ ଚୀନ୍ ରୁ ଆସିଥିବା ମହାମାରୀ ଯୋଗୁଁ ଆମେ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲୁ। ଏବଂ ବର୍ତ୍ତମାନ ଆମେ ଏହାକୁ (ଅର୍ଥନୀତି) ଖୋଲିଛୁ ବୋଲି ଟ୍ରମ୍ପ କାରୋଲିନାରେ ଏକ ରାଲିରେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ କମଲା ହାରିସ୍ ଙ୍କୁ ପସନ୍ଦ କରନ୍ତି ନାହିଁ । ସେ କଦାପି ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇପାରିବେ ନାହିଁ। ଏହା ଆମ ଦେଶ ପାଇଁ ଅପମାନ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ଏବଂ “ଦଙ୍ଗାକାରୀ” କାହିଁକି ବିଡେନଙ୍କୁ ଜିତାଇବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇଛି କାରଣ ସେମାନେ ଜାଣନ୍ତି ଯେ ତାଙ୍କର ନୀତି ରେ ଆମେରିକାର ପତନ ହେବ।

କମଲା ହାରିସଙ୍କୁ ଆକ୍ରମଣ କରି ଟ୍ରମ୍ପ ପୁଣି କହିଛନ୍ତି ଯେ ଏହା କୋୖତୁହଳ ବିଷୟ ଯେ ନିର୍ବାଚନ ଦୌଡ଼ରୁ ଓହରି ଯାଇଥିବା ପରେ ମଧ୍ୟ ବିଡେନ ତାଙ୍କୁ ଆଗାମୀ ନିର୍ବାଚନରେ ​​ତାଙ୍କ ସାଥୀ ଭାବରେ ବାଛିଲେ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଚଳିତ ବର୍ଷ ନଭେମ୍ବର 3 ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.