ମଧ୍ୟପ୍ରଦେଶ: ଅନ୍ଲାଇନ୍ ଗେମ୍ ନିଶାରେ, ନିଜଠୁ ସାନକୁ ହତ୍ୟା କଲା ପଥରରେ । ସାମ୍ନାକୁ ଆସିଛି ଏକ ବର୍ବର ଘଟଣା । ୯ବର୍ଷୀୟ ନାବାଳିକାକୁ ହତ୍ୟା କଲା ୧୧ ବର୍ଷୀୟ ନାବାଳକ । ଆଉ ତା ପୁଣି ପଥରରେ ଛେଚିଛେଚି । ତେବେ ଏହା ପଛର କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ ।
ଇନ୍ଦୋରରେ ଘଟିଥିବା ଏହି ଘଟଣାରେ ଲସୁଡିଆ ଅଂଚଳର ୯ବର୍ଷୀୟ ଝିଅଟି ଅକାଳରେ ପ୍ରାଣ ହରାଇଥିଲା । ସୋମବାର ଦିନ ନାବାଳିକାକୁ ଜଣେ ୧୧ ବର୍ଷୀୟ ନାବାଳିକ ଅତି ନିର୍ମମ ଭାବେ ହତ୍ୟା କରିଥିଲା । କାରଣ ସାଜିଥିଲା ଅନ୍ଲାଇନ୍ ଗେମରେ ପରାଜୟ । ବାରମ୍ବାର ଝିଅଠୁ ହାରିବା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲା ୧୧ ବର୍ଷୀୟ ନାବାଳକ ।
ଲକଡାଉନ ଆରମ୍ଭରୁ ଅଭିଯୁକ୍ତ ଓ ମୃତ ନାବାଳିକା ଏକ ଆଇସଲ୍ୟାଣ୍ଡ ଗେମ୍ ଖେଳୁଥିଲେ । ଯେଉଁଥିରେ ବଂଚିବା ପାଇଁ ଦୁହେଁ ଦୁହିଁଙ୍କୁ ହତ୍ୟା କରିବା ଅନିବାର୍ଯ୍ୟ ଥିଲା । ଏହି ଗେମରେ ଝିଅଟି ବାରମ୍ବାର ପୁଅଟିକୁ ହରାଇଆସୁଥିଲା । ଯାହାକୁ ସହି ନପାରି ୫ମ ଶ୍ରେଣୀରେ ପଢିୁଥିବା ପୁଅଟି ଶେଷରେ ଝିଅଟିକୁ ହତ୍ୟା କରିଥିଲା ।
ହତ୍ୟା କରିବା ପରେ ପୁଅଟି ବାଥରୁମରେ ଦୀର୍ଘ ସମୟ ଧରି ନିଜକୁ ବନ୍ଦ କରି ରଖିଥିଲା । ଅନ୍ୟପଟେ ଝିଅଟିକୁ ଖୋଜାଖୋଜି କରିବା ପରେ ତାଙ୍କ ପରିବାର ଲୋକେ ଅଭିଯୁକ୍ତ ସହ ବାହାରକୁ ଯାଇଥିବା ଜାଣିପାରିଥିଲେ । ଖୋଜାଖୋଜି କରିବା ପରେ ନିକଟସ୍ଥ ଧାନକିଆରୀରେ ଝିଅଟିର ମୃତଦେହ ଠାବ ହୋଇଥିଲା ।
ଖବର ପାଇଁ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ବାଥରୁମରୁ ଅଭିଯୁକ୍ତକୁ ବାହାର କରିବାରେ ସଫଳ ହୋଇଥିଲା । ପଚରାଉଚରାରୁ ଜଣାପଡିଥିଲା ପୂର୍ବରୁ ଝିଅଟି ଅଭିଯୁକ୍ତର ପୋଷା ମୂଷାକୁ ମାରିଦେଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ୫ମ ଶ୍ରଣୀରେ ପଢୁଥିବା ନାବାଳିକର ହାତ ରକ୍ତରଂଜିତ ହୋଇଥିଲା ।
Comments are closed.