Latest Odisha News

BREAKING NEWS

ଆଜି ମୋ ଘର ଭାଙ୍ଗିଛ, କାଲି ତୁମ ଗର୍ବ ଭାଙ୍ଗିବ: କଙ୍ଗନା

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମନାଲିରୁ ମୁମ୍ବାଇ ସ୍ଥିତ ତାଙ୍କ ବାସ ଭବନରେ ପହଂଚିଛନ୍ତି । ଏହାପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ଟ୍ୱିଟ୍ କରି ତାଙ୍କ କ୍ରୋଧ ଜାହିର କରିଛନ୍ତି ।

କଙ୍ଗନା ନିଜର ଏକ ଭିଡିଓ ସେୟାର କରି କହିଛନ୍ତି । ଏହି ଭିଡିଓରେ ବିଏମ୍‌ସି କଙ୍ଗନାଙ୍କ ଅଫିସ ଭାଙ୍ଗି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହାପରେ ସେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ  ସମାଲୋଚନା କରିଛନ୍ତି । ଉଦ୍ଧବଙ୍କ ନାଁ ନେଇ ସିଧା ତାଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା । ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ସେ କହିଛନ୍ତି ।

ମୁଭି ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ମୋଠୁ ପ୍ରତିଶୋଧ ନେଉଛ । ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ । ଇଏ ସମୟ ଚକ୍ର, ମାନେ ରଖ ସବୁବେଳେ ଏକାଭଳି ରହେନି । ତୁମେ ଯାହା କଲ ବହୁତ ଭଲ କଲ । ଆଗାମୀ ଦିନରେ କାଶ୍ମୀର, ଅଯୋଧ୍ୟାକୁ ନେଇ ଫିଲ୍ମ ତିଆରି କରିବି । ଦେଶବାସୀଙ୍କୁ ଜାଗୃତ କରିଛି । ଉଦ୍ଧବ ଠାକରେ, ଏହା କ୍ରୁରତା, ଏହା ଆତଙ୍କ । ଜୟ ହିନ୍ଦ, ଜୟ ମହାରାଷ୍ଟ୍ର ବୋଲି କଙ୍ଗନା କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆଜି କଙ୍ଗନା ମୁମ୍ବାଇରେ ପହଂଚିବା ପୂର୍ବରୁ ପୂର୍ବାହ୍ନରେ ‘ବି‌ଏମ୍‌ସି’ କର୍ମଚାରୀମାନେ ପହଞ୍ଚି ପୋଷପାଲି ହିଲ୍ ଅଞ୍ଚଳରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍ କାର‌୍ୟ୍ୟାଳୟରେ ବେଆଇନ୍ ଭାବେ କରାଯାଇଥିବା କେତେକ ଢାଞ୍ଚାକୁ ଭାଙ୍ଗିବା ଆରମ୍ଭ କରିଥିଲେ । ଏହାପରେ କଙ୍ଗନା ଓକିଲଙ୍କ ମାଧ୍ୟମରେ ବମ୍ବେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଥିଲେ । ବିଚାରପତି ଏସ୍ କଠାୱାଲା ଏହି ଆବେଦନ ଶୁଣାଣି କରି ରହିତାଦେଶ ଜାରି କରିଥିଲେ। ସେତେବେଳକୁ ‘ବିଏମ୍‌ସି’ ତା’ର ଭଙ୍ଗା ଅଭିଯାନ ଶେଷ କରି ସାରିଥିଲା।

Leave A Reply

Your email address will not be published.