Latest Odisha News

BREAKING NEWS

୬ ମାସ ପରେ ପୁରୀରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ

ପୁରୀ: କରୋନା ମହାମାରୀ ପାଇଁ ପର୍ଯ୍ୟଟକଙ୍କୁ ମନା ଥିଲା ପୁରୀ । ବାହାର ରାଜ୍ୟରୁ ନା ପର୍ଯ୍ୟଟକ ଆସିପାରୁଥିଲେ ନା ମହୋଦଧିରେ ସ୍ନାନର ମଜା ଉଠାଇପାରୁଥିଲେ । ମନ୍ଦିର ବନ୍ଦ ଥିବାରୁ କାଳିଆ ଦର୍ଶନ ବି ବନ୍ଦ ରହିଛି । ହେଲେ ଦୀର୍ଘ ୬ ମାସର କଟକଣା ପରେ ଏବେ ପୁଣି ଚଳଚଂଚଳ ହୋଇଛି ପୁରୀ । ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମିଛି । ଲୋକେ ପରିବାର ବନ୍ଧୁବାନ୍ଧବ ସାଙ୍ଗସାଥୀଙ୍କ ସହ ବିଚ୍‌ରେ ଗାଧୋଇବାର ମଜା ଉଠାଉଛନ୍ତି । ପ୍ରଶାସନ ଜାରି କରିଥିବା କଟକଣା କୋହଳ କରିବା ପରେ ପୁରୀ ବିଚ୍‌ରେ ହଜାର ହଜାର ପର୍ଯ୍ୟଟକ ଏକାଠି ହୋଇଛନ୍ତି । ତେବେ ପର୍ଯ୍ୟଟକଙ୍କୁ ପୋଲିସ ଜଗି ରହିଛି ବେଳାଭୂମିରେ । ପର୍ଯ୍ୟଟକଙ୍କ ମଧ୍ୟରେ ସାମାଜିକ ଦୂରତା ରହିଛି କି ନାହିଁ, ସେମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ ତାହା ଉପରେ ପୋଲିସ ନଜର ରଖିଛି ।

ସେପଟେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡାଲାଇନ୍ ପାଇଁ କାଳିଆ ଦର୍ଶନ କିନ୍ତୁ ବନ୍ଦ ରହିଛି । ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାର ମଜା ଉଠାଇଥିଲେ ବି ଜଗନ୍ନାଥଙ୍କ ଦର୍ଶନ ପାଇନପାରିବାରୁ ଟିକେ ନିରାଶ ଅଛନ୍ତି । ଅନ୍ୟପଟେ ପର‌୍ୟ୍ୟଟକ ଆସିବା ପରେ ବ୍ୟବସାୟୀମାନେ ନିଜ ବେପାରକୁ ନେଇ ଅଧିକ ଆଶାବାଦୀ ହୋଇପଡିଛନ୍ତି । ଏଣିକି ଦିପଇସା ରୋଜଗାର ହେବ ବୋଲି ସେମାନେ ଆଶା ରଖିଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.