Latest Odisha News

BREAKING NEWS

ଅନୁଗୁଳ: ଅଗ୍ନିକାଣ୍ଡରେ ୨ଶିଶୁ ପୁତ୍ର ମୃତ ଓ ମାଆ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗ୍ରାମରେ ଏକ ଅଭାଵନୀୟ ଘଟଣା ଘଟି ଯାଇଛି । ନିଆଁରେ ପୋଡିହୋଇ ମାଆ ଓ ଦୁଇ ଶିଶୁ ପୁତ୍ର ଗୁରୁତର ହୋଇଥିବାବେଳେ ୨ଶିଶୁଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ କୌଣସି କାରଣବଶତଃ ଉକ୍ତ ଗ୍ରାମର ଜଣେମହିଳା ଉତ୍ୟକ୍ତ ହୋଇ ନିଜ ସହ ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା ।

ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ମା ଓ ଶିଶୁ ପୁତ୍ର ୨ ଜଣଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ଏଥିସହିତ ଚିକିତ୍ସାଧିନ ଅବସ୍ଥାରେ ୨ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ର ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

ଘଟଣାରୁ ପ୍ରକାଶ ଯେ ଶାବଳଭଙ୍ଗା ଗ୍ରାମର ବଚନ ବେହେରାଙ୍କ ପୁଅଙ୍କ ସହ ପଡୋଶୀ ଘରର ପିଲାଙ୍କ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ରକରି ଉଭୟ ପରିବାରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସେ ନିଜସହ ୬ ବର୍ଷର ପୁଅ ରାହୁଲ ଏବଂ ଦେଢ଼ ବର୍ଷ ର ପୁଅ ଅଭିମନ୍ୟୁକୁ ଏକ କୋଠରୀ ଭିତରେ ବନ୍ଦ କରି ନିଆଁ ଲଗାଇ ଦେଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ବଚନଙ୍କ ଶରୀରର ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ୨ ଶିଶୁ ପୁତ୍ର ୬୦ ପ୍ରତିଶତ ପୋଡି ଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.