Latest Odisha News

BREAKING NEWS

‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଛି ୨ ଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱ ଠାରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ’ । ଏଥିରେ ବିଭିନ୍ନ ଶିଳ୍ପ କ୍ଷେତ୍ରର ୫୦୦ରୁ ଅଧିକ ପ୍ରମୁଖ ବ୍ୟକ୍ତିତ୍ବ, ୧୦୦ରୁ ଅଧିକ ବିଶିଷ୍ଟ ବକ୍ତା, ନୀତି ନିର୍ଦ୍ଧାରକ ଏବଂ ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି ।

ସାମାଜିକ, ଅର୍ଥନୀତି ଏବଂ ନିବେଶ ଆଦି କ୍ଷେତ୍ରରେ ଓଡିଶା ଆଜି ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ପରିଚିତ ହୋଇପାରିଛି । ଏହି ସମ୍ମିଳନୀରେ ଓଡ଼ିଶାରେ ଅଭିବୃଦ୍ଧିକୁ ଆହୁରି ଆଗକୁ ନେବା ସହ ଭବିଷ୍ୟତ ଲାଗି ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସମ୍ଭାବନା ଉପରେ ମାନସମନ୍ଥନ କରାଯାଉଛି ।

ଫେବୃଆରୀ ୧୯ରୁ ଆରମ୍ଭ ହୋଇଥିବା ଏହି ବିଶେଷ କାର୍ଯ୍ୟକ୍ରମ ୨୦ ତାରିଖ ଯାଏଁ ଚାଲିବ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ୧୦ରୁ ଅଧିକ ପ୍ରେରଣାଦାୟୀ ଆଲୋଚନାଚକ୍ର ଆୟୋଜନ କରାଯିବ ।

ଉଦଘାଟନୀ ଅଧିବେଶନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରମତୀ ଅଳକା ମିଶ୍ର, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରେଘୁ ଜିଙ୍କ ସହ ଶିଳ୍ପ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.