Latest Odisha News

BREAKING NEWS

ଲାଲ ଇଲାକାର ୪ ବର୍ଷର କୁନି ଝିଅର କରୋନା ବାର୍ତ୍ତା, ଭିଡିଓ ଭାଇରାଲ

ମାଲକାନଗିରି: ମନ ଜିଣିଲା ଲାଲ ଇଲାକାର କୁନି ଝିଅ । ଲାଲ ଆତଙ୍କ ଲାଗି ଚର୍ଚ୍ଚାରେ ରହୁ ଥିବା ସୁକୁମା ଜିଲ୍ଲା ଏବେ ୪ ବର୍ଷର କୁନି ଝିଅର କୋରୋନା ବାର୍ତ୍ତା କୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ସୋସିଆଲ ମିଡିଆ ରେ କୋରୋନା ବାର୍ତ୍ତା ଦେଇ ପ୍ରଶଂସା ସାଉଁଟିଛନ୍ତି ଛତିଶଗଡ ସୁକୁମା ଜିଲ୍ଲାର କୁନି ଝିଅ ଆରାଧ୍ୟା ଚାନ୍ଦ ।

ଯବାନ ବେଶରେ ଆରାଧ୍ୟା କରୋନା ମହାମାରି ମୁକାବିଲା କରିବା ଲାଗି କେମିତି ସାମାଜିକ ଦୂରତା ବଜାୟ ରଖିବେ, ହାତ ଧୋଇବେ କିମ୍ବା ମାସ୍କ ପିନ୍ଧିବା ନେଇ ଭିଡିଓରେ ବାର୍ତ୍ତା ଦେଇଥିଲେ । ଆଉ ସେଇ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହବା ରେ ଲାଗିଛି । ଭିଡିଓ ଟି ଦେଖି ୪ ବର୍ଷ ର କୁନି ଝିଅ ଆରାଧ୍ୟ କୁ ନିଜ ଅଫିସକୁ ଡାକି ସମ୍ମାନିତ କରିଛନ୍ତି ସୁକୁମା ଏସ.ପି । ଏଥିସହ ତାକୁ ଘଂଟାଏ ପାଇଁ ଏସ୍‌ପି କରାଇଛନ୍ତି ।

ଆରାଧ୍ୟା ପୋଲିସ ୟୁନିଫର୍ମ ପିନ୍ଧିବା ପରେ ବେଶ୍ ଖୁସି ଥିଲେ । ଲୋକଙ୍କୁ ମହାମାରୀ କରୋନାର ଭୟାବହତା ସମ୍ପକରେ ସଚେତନ କରାଇଥିଲେ। ଏଥିସହ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.