Latest Odisha News

BREAKING NEWS

ସମୁଦ୍ର କୂଳରୁ ୪୦ ଫୁଟ୍ ଲମ୍ବ ବିଶାଳକାୟ ତିମିର ମୃତଦେହ ଉଦ୍ଧାର

ପୁରୀ: ସମୁଦ୍ର କୂଳରୁ ବିଶାଳକାୟ ତିମିର ମୃତଦେହ ଉଦ୍ଧାର । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଫତେପୁର ଗାଁ ନିକଟ ସମୁଦ୍ର କୂଳରେ ଲାଗିଥିଲା ଏହି ବିଶାଳକାୟ ତିମି ମାଛ । ତାର ମୃତ୍ୟୁ ହୋଇଥିବା ଚିଲିକା ୱାଇଲ୍ଡ ଲାଇଫ ଡିଭିଜନର ଏସିଏଫ୍ ଶରତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଗତକାଲି ସନ୍ଧ୍ୟାରେ ମାଛଟି ସମୁଦ୍ର କୂଳରେ ଲାଗିଥିଲା । ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ସେତେବେଳେ ସେ ବଞ୍ଚିଥିଲା । ସେତେବେଳେ ଲାଞ୍ଚ ଛାଟିବା ସହ ପାଟି ଆଁ ବି କରୁଥିଲା । ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । କୂଳରେ ପାଣି କମ୍ ଥିବାରୁ ସେ ସମୁଦ୍ର ଭିତରକୁ ଯାଇ ପାରି ନଥିଲା ।

ବନ ବିଭାଗ ଟିମ୍ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ତିମିଟିର ମୃତ୍ୟୁ ହୋଇ ସାରିଥିଲା । ମୃତ ତିମିର ଲମ୍ବ ପ୍ରାୟ ୪୦ ଫୁଟ୍ ଏବଂ ଗୋଲେଇ ୨୦ ଫୁଟ ହେବ । ଏହାର ଓଜନ ୨୦ ଟନରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ଏତେବଡ଼ ତିମି କିଭଳି ସମୁଦ୍ର କୂଳକୁ ଆସିଲା ? କୌଣସି ଆଘାତ ପାଇ କୂଳକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି । ବନ ବିଭାନ ଏକ ଜେସିବି ଜରିଆରେ ମୃତଦେହକୁ ଉଠାଇ ବ୍ୟବଚ୍ଛେଦ ପାଇଁ ପଠାଇବ । ପରେ ଗାତ ଖୋଳି ପୋତି ଦିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.