Latest Odisha News

BREAKING NEWS

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ । ଦୀର୍ଘ ୨ମାସ ପରେ ବି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିପାରିନଥିବା କଂଗ୍ରେସ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ବିଧାନସଭା ଏନେଇ ବାରମ୍ବାର ମୁଲତବୀ ହେଉଛି । ସରକାର ଏହି ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରୁଛନ୍ତି । ହେଲେ ଛାତ୍ର କଂଗ୍ରେସ ଏହାକୁ ଭୃକ୍ଷେପ କରେନି ବୋଲି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଏବଂ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି ଦୋହରାଯାଇଛି । ଗତକାଲି ବିଜେପି ବିଧାନସଭା ବାହାରେ ହଲ୍ଲାବୋଲ କରିଥିଲା । ଯୁବମୋର୍ଚ୍ଚାର ବିଧାନସଭା ଘେରାଉ ପାଇଁ ବିଶାଳ ଶୋଭାଯାତ୍ରାବେଳେ ପୋଲିସ ବାଧା ଦେବାରୁ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଯାଇଥିଲା ଲୋୟର ପିଏମଜି ।

Leave A Reply

Your email address will not be published.