ରାଶିଫଳ
ତା୨୬-୯-୨୦୨୦ ଶନିବାର
ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା୨୬ରିଖ ଶନିବାର କନ୍ୟା ୧୧ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର: ସିଂହ ରାଶି ପୁରୁଷଙ୍କର
ଆଜି: କଳମ୍ବୀ ଶାଗ ଖାଇବା ନିଷେଧ
ମେଷ: ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ । ବନ୍ଧୁ ଦର୍ଶନର ସୁଯୋଗ ଅଛି । ପୂର୍ବରୁ ଲାଗିଥିବା ମାଲିମକଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ମିଳିବ । ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ।
ବୃଷ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦୂରେଇ ଯିବ । ଉଚ୍ଚ କର୍ମକର୍ତ୍ତା ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ବିଭିନ୍ନ ଦିଗରୁ ଅର୍ଥ ପାଇବେ । ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ।
ମିଥୁନ: ଯଗି ରଖି ଚଳନ୍ତୁ ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ । ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଦେଖା ଦେବ। ମହିଳାମାନେ ନିଜ ପରିବାରରେ ଅପମାନିତ ଓ ସମାଲୋଚିତ ହେବେ । ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ।
କର୍କଟ: ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ । ରାଜନୀତିଜ୍ଞମାନେ ସମାଲୋଚିତ ହୋଇପାରନ୍ତି । କର୍ମ କ୍ଷେତ୍ରରେ ନାନାପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବେ । ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।
ସିଂହ: ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଦେହ ମନ ସୁସ୍ଥ ରହିବ । ଗୁପ୍ତ ଶତୃମାନେ ପରାଜିତ ହେବେ । ସ୍ଵାଦିଷ୍ଟ ଭୋଜନ ମିଳିବ । କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।
କନ୍ୟା:ପାରିବାରିକ ସମସ୍ଯା ସମାଧାନ ହୋଇଯିବ ।ପିଲାମାନଙ୍କ ଉନ୍ନତିରେ ଖୁସି ହେବେ । ପଦୋନ୍ନତି ସହିତ ସ୍ଥାନାନ୍ତର ହୋଇପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ପ୍ରଶଂସନୀୟା ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।
ତୁଳା: ପାରିବାରିକ ଓ ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କୁ ସଫଳତା ମିଳିବ । ଶତୃମାନେ ପରାଜିତ ହେବେ । ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଦେବ ଦର୍ଶନର ସୁଯୋଗ ରହିଛି ।
ବିଛା: ପରିବାରରେ ମନୋମାଳିନ ଦେଖା ଦେଇପାରେ । ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେଇପାରେ। ଘରେ ବାହାରେ ସବୁଠାରେ ଅପମାନିତ ସମାଲୋଚିତ ହୋଇପାରନ୍ତି । ଆଶା କରୁଥିବା ଦିଗରୁ ବିଫଳତା ଆଉ ହତାଶ ହେବେ।
ଧନୁ: ଅଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । କୌଣସି ମହିଳା କିମ୍ବା ସ୍ତ୍ରୀ ଙ୍କ ପେରଣାରୁ ଉପକୃତ ହେବେ । ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ । ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ । ସ୍ଵାଦିଷ୍ଟ ଭୋଜନ ମିଳିବ।
ମକର: ପୂର୍ବର ଅଶାନ୍ତି ଦୂରେଇ ଯିବ । ଗୃହକୁ କୌଣସି ଆବଶ୍ୟକୀୟ ଉପକରଣ କ୍ରୟ କରିପାରନ୍ତି ।ଅଚାନକ ଧନ ଲାଭରଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ନୂତନ ନିଯୁକ୍ତି କିମ୍ବା ପଦୋନ୍ନତିର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ ।
କୁମ୍ଭ: ଆଜି ଆପଣଙ୍କୁ ସଫଳତା ମିଳିବ । ଘରୋଇ ସମସ୍ଯା ଦୂରେଇ ଯିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ । ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ । ସୁ ସ୍ବାଦୁ ଭୋଜନ ମିଳିବ।
ମୀନ: ସାମାନ୍ୟ ଘଟଣାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେଇପାରେ। ଆୟ ଅପେକ୍ଷା ବ୍ଯୟ ଅଧିକ ହେବ। ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ। ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁ ନେଇ ବିଶାଦ ଗ୍ରସ୍ତ ହେବେ। ଦୂର ଯାତ୍ରା କରନ୍ତୁ ନାହିଁ ଦୁର୍ଘଟଣା ଦେଖା ଦେଇପାରେ।