Latest Odisha News

BREAKING NEWS

ଭୋଟ ଦେଲେ ମିଳିବ ମାଗଣାରେ ଗୁପଚୁପ, ଜାଣନ୍ତୁ କେଉଁଠି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସହ ପୁରା ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତାକାଲି ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୩ଟି ଆସନ ପାଇଁ ମତଦାନ ହେବ । ଏହାରିଭିତରେ କାନପୁରରେ ମତଦାନର ପ୍ରତିଶତ ବଢାଇବା ପାଇଁ ଜଣେ ବ୍ୟବସାୟୀ ଦେଇଛନ୍ତି ଏକ ନିଆରା ଅଫର୍ ।

କାନପୁରର ଜଣେ ଚାଟ୍ ବ୍ୟବସାୟୀ ଭୋଟ ଦେଲେ ମାଗଣାରେ ଗୁପଚୁପ ଏବଂ ଚାଟ ଖାଇପାରିବେ ବୋଲି ଏକ ଅଫର ଦେଇଛନ୍ତି । ଭୋଟ ଦେଇ ଆସିଥିବା ବ୍ୟକ୍ତିଙ୍କୁ ତାଙ୍କ ହାତରେ ଥିବା କାଳି ଚିହ୍ନ ଦୋକାନୀଙ୍କୁ ଦେଖାଇବାକୁ ପଡିବ । ଏହାପରେ ତାଙ୍କ ଦୋକାନରୁ ମନ ଶାନ୍ତି କରି ମାଗଣାରେ ଗୁପଚୁପ ଏବଂ ଚାଟ ଖାଇପାରିବେ ବୋଲି କହିଛନ୍ତି ଉକ୍ତ ଦୋକାନ ମାଲିକ । ତେବେ ଦୋକାନ ମାଲିକଙ୍କର ଏହି ନିଆରା ଅଫର ପଛରେ ରହିଛି କେବଳ ମତଦାନ ପାଇଁ ସଚତନତା କରିବାର ଉଦ୍ଦେଶ୍ୟ ।

ସାଧାରଣତଃ ଆପଣମାନେ ଦେଖିଥିବେ ଯେ, ବ୍ୟବସାୟୀମାନେ ଗ୍ରାହକଙ୍କୁ ଆକର୍ଷିତ କରିବାପାଇଁ ଏବଂ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇଁ ବିଭିନ୍ନ ଅଫର ଦେଇଥାଆନ୍ତି । କିନ୍ତୁ ମତଦାନ ଆମର ଅଧିକାରର ବାର୍ତ୍ତା ନେଇ ଜଣେ ବ୍ୟବସାୟୀ ଭୋଟର ମାନଙ୍କୁ ସଚେତନ କରିବାକୁ ଯାଇ ଏତେ ଟଙ୍କାର କ୍ଷତି ହେବ ଜାଣିବା ସତ୍ତ୍ଵେ ମଧ୍ୟ ଏପରି ନିଆରା ଅଫର ଦେଇଥିବା ହୁଏତ ଆପଣ ପ୍ରଥମଥର ଦେଖୁଥିବେ । ପ୍ରତିଦିନ ହଜାର ହଜାର ଟଙ୍କାର ବ୍ୟବସାୟ କରୁଥିବା ଜଣେ ଚାଟ ବ୍ୟବସାୟୀ ଆସନ୍ତାକାଲି ପାଇଁ ଭୋଟ ଦେଇ ଆସୁଥିବା ସମସ୍ତ ଗ୍ରାହକଙ୍କୁ ମାଗଣାରେ ଗୁପଚୁପ ଏବଂ ଚାଟ ଖୁଆଇବେ ।

Comments are closed.