Latest Odisha News

BREAKING NEWS

ଦିନରେ ଲଣ୍ଠନ ଦେଖାଉଛନ୍ତି ମୋଦୀ, ବଲାଙ୍ଗୀର ସଭାରେ ବିରୋଧିଙ୍କୁ ନବୀନଙ୍କ ଟାର୍ଗେଟ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବିଜେପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏଥିସହ ନିଜ ପାଇଁ ଓ ଲୋକସଭା ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ମଞ୍ଚରୁ ଆହ୍ଵାନ ଦେବା ସହ ଜୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଥିଲେ ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ସହ କଣ୍ଟାବାଞ୍ଜିରେ ଭିକେ ପାଣ୍ଡିଆନ ବି ଦଳ ପାଇଁ ପ୍ରଚାର କରିଥିଲେ । ସେ କହିଥିଲେ, “ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବ ପାଇଁ ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ୫ଟି ଜାଗାରେ ପ୍ରସ୍ତାବ ଦେଇଥିଲୁ । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଉପରେ ଟିକ୍ ମାରିଲେ । ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟାବାଞ୍ଜିରୁ ରେକର୍ଡ ସଂଖ୍ୟାରେ ଜିତାନ୍ତୁ । ଜୁଲାଇ ମାସରୁ ଆପଣମାନେ ଇଲେକ୍ଟ୍ରି ବିଲ୍‌ ଦେବେ ନାହିଁ । ଜୁନ୍‌ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ପ୍ରଥମ ଆପଣଙ୍କ ବିଜୁଳି ବିଲକୁ ଛାଡ କରିବେ ବୋଲି କହିଛନ୍ତି ପାଣ୍ଡିଆନ ।

ସେହିପରି ବିରୋଧିଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ୫ ବର୍ଷ ପରେ ପ୍ରଧାନମନ୍ତ୍ରୀ କାଲି ଆସିଲେ । ୧୦ ବର୍ଷ କ୍ଷମତା ରହିଲେ, ଚାଷୀଙ୍କୁ ଭୁଲିଗଲେ । ଏବେ ଆପଣଙ୍କୁ ଚାଷୀ ଓ ଶୀତଳ ଭଣ୍ଡାର ମନେ ପଡ଼ିଲା । ଏବେ ଓଡ଼ିଶାରେ ବିଜେପି ଜୋରଦାର ହାରୁଛି । ଜୁନ ୯ରେ ଶପଥ ଗ୍ରହଣ, ମନ୍ତ୍ରିପରିଷଦ ବୈଠକ ହେବ । ଜୁଲାଇରୁ ଆଉ ଆସିବନି ବିଜୁଳି ବିଲ୍ । ଢେଙ୍କାନାଳରୁ ଡରିକି ସମ୍ବଲପୁର ପଳାଇଲେ କେନ୍ଦ୍ରମନ୍ତ୍ରୀ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍‌ । ସୂର୍ଯ୍ୟ ଯୋଜାନାରେ ୩ ଲକ୍ଷ ଘରେ ୫୦ ହଜାର ଟଙ୍କା ଦେଇ ସୋଲାର ପ୍ୟାନେଲ ଲଗାଇବେ କି, ବୋଲି ପ୍ରଶ୍ନ କରିଛନ୍ତି ଭିକେ ପାଣ୍ଡିଆନ୍‌ ।

ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ମାଗଣାରେ ବିଜୁଳି ଦେବ । ଏଥିପାଇଁ ସୋଲାର ପ୍ୟାନେଲ ଲଗେଇବାକୁ ପଡିବ । ହେଲେ ସୋଲାର ପ୍ୟାନେଲ ଲଗେଇବାକୁ ୪୦ରୁ ୫୦ ହଜାର ଖର୍ଚ୍ଚ କରିବାକୁ ପଡିବ । ଏହା ହେଉଛି ଦିନରେ ଲଣ୍ଠନ ଦେଖାଇବା । ମୁଖ୍ୟମନ୍ତ୍ରୀ କିନ୍ତୁ ଏ ସବୁରେ ବିଶ୍ୱାସ କରନ୍ତିନି ବୋଲି କହିଛନ୍ତି ପାଣ୍ଡିଆନ୍‌ ।

Comments are closed.