Latest Odisha News

BREAKING NEWS

ଘଟିଯାଇଥାନ୍ତା ବଡ ଅଘଟଣ, ରକ୍ଷା କଲେ ବାବା କେଦାରନାଥ

ରୁଦ୍ରପ୍ରୟାଗ: ଚାଲିଛି ଚାରିଧାମ ଯାତ୍ରା । ଚାରିଆଡୁ ଛୁଟୁଛି ଭକ୍ତଙ୍କ ସୁଅ ।  ଏଥିପାଇଁ ଭକ୍ତଙ୍କ ସହଜ ସୁବିଧା ଯାତ୍ରା ନିମନ୍ତେ ବିମାନ ସେବା ମଧ୍ୟ ଯୋଗାଇ ଦିଆଯାଇଛି । ଆଜି ବିମାନ ଯୋଗେ କିଛି ଭକ୍ତ ବାବା କେଦାରନାଥଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଘଟିଛି ଏକ ବଡ ଅଘଟଣ । ଜରୁରୀକାଳୀନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହେଲେ ହେଲିକପ୍ଟର । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

ସୂଚନାଯୋଗ୍ୟ, କେଦାରନାଥ ଧାମକୁ ଏକ ବିମାନ ଭକ୍ତ ନେଇ ଯାଉଥିବା ବେଳେ ହେଲିକପ୍ଟରର କ୍ରିଷ୍ଟାଲ ଆଭିଏସନ ରାଡାର ନଷ୍ଟ ହୋଇଯାଇଥିଲା । ଯେଉଁ କାରଣରୁ ହେଲିକପ୍ଟରଟିକୁ ପ୍ରାୟ ୧୦୦ ମିଟର ପୂର୍ବରୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ହେଲିକପ୍ଟରଟି ହେଲିପ୍ୟାଡରେ ଅବତରଣ ନକରି ଏହା ନିକଟରେ ଥିବା ଏକ ଖାତରେ ଖସିପଡିଥିଲା । ଅବତରଣ ପୂର୍ବରୁ ଏହା କିଛି ସମୟ ପାଇଁ ଅଳ୍ପ ଉଚ୍ଚତାରେ ଘୂରିବାକୁ ଲାଗିଥିଲା । ଯାହାକୁ ଦେଖି ସଂପୃକ୍ତ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା । କିନ୍ତୁ ସବୁଠୁ ବଡ କଥା ହେଉଛି ଏତେ ବଡ ଅଘଟଣ ପରେ ବି ହେଲିକପ୍ଟରରେ ଥିବା ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ ନିରାପଦରେ ଅବତରଣ କରିଥିଲେ ।

Leave A Reply

Your email address will not be published.