Latest Odisha News

BREAKING NEWS

ବିଜେପିର ଚିଠି ଉପରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ ‘ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି’

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଉପରେ ବାରମ୍ବାର ପ୍ରଶ୍ନ ଉଠାଉଛି ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଆଉ ଶାସନ ଭାର ନାହିଁ ବୋଲି ବାରମ୍ବାର ଅଙ୍ଗୁଳି ଉଠାଇଛି । ‘ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖାଯାଇଛି । ଓଡିଶାରେ ଆଉଟସୋର୍ସ ସରକାର ଚାଲିଛି । ଜଣେ ଅଫିସର ଓଡିଶାର ମଙ୍ଗ ଧରିଛନ୍ତି  । ଓଡିଆ ଅସ୍ମିତା ଓ ସଂସ୍କୃତି ତାମିଲନାଡୁ ବାବୁଙ୍କ ହାତରେ ଅଛି।’ ଏମିତି ଅନେକ କିଛି ଆରୋପ ଲଗାଇ ବିଜେଡି ସରକାରଙ୍କୁ ପ୍ରଶ୍ନର କାଠଗଡାରେ ଛିଡା କରିଦେଇଛି ବିରୋଧୀ ବିଜେପି । ଏହି କ୍ରମରେ ଆଜି ପୋଲିସ ମହାନିର୍ଦ୍ଦେଶକଙ୍କ ପାଖକୁ ଚିଠି ଲେଖିଛି ରାଜ୍ୟ ବିଜେପି । ‘ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ଗଣମାଧ୍ୟମଙ୍କ ସାମ୍ନାକୁ ଆଣିବାକୁ ଅନୁରୋଧ ।’

ଯାହାର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖବରସରବରାହ ଏଏନଆଇକୁ ନିଜର ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି । ପ୍ରାୟ ମାସେ ହେବ ମୁଁ ରାଜ୍ୟସାରା ନିର୍ବାଚନୀ ପ୍ରଚାର କରୁଛି । ବିଜେପି ମିଛ କହିବାର ସମସ୍ତ ସୀମା ଟପି ସାରିଲାଣି । କିଛି ଏମିତି କହି ବିଜେପିକୁ କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଆଜି ପୁଣି ମୁଖ୍ୟମନ୍ତ୍ରୀ ବନ୍ଦୀ ହୋଇଥିବା ପ୍ରସଙ୍ଗ ଉଠାଇଛି ବିଜେପି । ଏହାକୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି । ଯେଉଁଥିରେ ଲେଖାଅଛି, ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କ’ଣ ତାହା ଜାଣିବାର ଅଧିକାର ସମଗ୍ର ଓଡିଶାବାସୀଙ୍କର ଅଛି । ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଦୀ କରି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନଙ୍କ କବଳରୁ ରକ୍ଷା କରିବା ପାଇଁ ଅନୁରୋଧ କରିଛି ବିଜେପି ।  ସେ କହିଛନ୍ତି ଜଣେ ବିଚାରପତି ଓ କେତେଜଣ ମାନ୍ୟଗଣ ବ୍ୟକ୍ତିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନଙ୍କ କବଳରୁ ରକ୍ଷା କରି ଗଣମାଧ୍ୟମ ସାମ୍ନାକୁ ଆଣନ୍ତୁ । ଯାହାପରେ ଏହାକୁ ମିଛ କହି କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

Leave A Reply

Your email address will not be published.