Latest Odisha News

BREAKING NEWS

ଗୋଟିଏ ନଯାଉଣୁ ଆଉ ଗୋଟିଏ, ୯ ତାରିଖରେ ପୁଣି ଲଘୁଚାପ

ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ । ଗୋଟିଏ ନଯାଉଣୁ ଆଉ ଗୋଟିଏ ଲଘୁଚାପ ନେଇ ପୂର୍ବାନୁମାନ । ଆସନ୍ତା ୯ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଆଣ୍ଡାମାନ ଏବଂ ଓଡ଼ିଶା ଉପକୂଳ ଅଭିମୁଖେ ଗତି କରିବ । ତାପରେ ଦିନେ ଦୁଇ ଦିନ ଭିତରେ ଡିପ୍ରେସନର ରୂପ ନେଇପାରେ ବୋଲି କହିଛି ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରେ ବର୍ଷା ହେବ । ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ତିନି ଦିନ ବର୍ଷିବ । ପରବର୍ତ୍ତୀ ସମୟରେ ଏହାର ଗତିପଥ ଓ ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି ।

ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆହୁରି ୩ ଦିନ ବୃଷ୍ଟିପାତ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Leave A Reply

Your email address will not be published.