Latest Odisha News

BREAKING NEWS

ଗ୍ଲାଇଡର ବିମାନ ଦୁର୍ଘଟଣାଗ୍ରସ୍ତ, ୨ ନୌସେନା ଅଧିକାରୀ ମୃତ

କୋଚ୍ଚି: କେରଳର କୋଚ୍ଚି ଠାରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏଥିରେ ଦୁଇ ନୌସେନା ଅଧିକାରୀ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଲେ ଲେଫ୍ଟନାଂଟ ରାଜୀବ ଝା ଓ ସୁନିଲ କୁମାର । ରବିବାର ସକାଳୁ ଗ୍ଲାଇଡର ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡି ପୋଲ ନିକଟରେ ଖସି ପଡିଥିଲା ।

ରୁଟିନ୍ ଟ୍ରେନିଂ ସମୟରେ ଏହି ଏୟାରକ୍ରାଫ୍ଟ ଆଇଏନଏସ ଗରୁଡାରୁ ଉଡାଣ ଭରିଥିଲା। ଏହି ସମୟରେ ହିଁ ଏହି ଅଘଟଣ ଘଟିଛି। ଏହି ବିମାନରେ ରାଜୀବ ଝା ଓ ସୁନିଲ କୁମାର ଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଆଇଏନ୍‌ଏସ୍ ସଂଜିବନୀକୁ ଅଣାଯାଥିଲା । ସେଠାର ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦକ୍ଷିଣ ନୌସେନା କମାଣ୍ଡର ଏହି ମାମଲାର ଯାଞ୍ଚ ଆଦେଶ ଦେଇ ତଦନ୍ତ ବୋର୍ଡ ଗଠନର ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.