Latest Odisha News

BREAKING NEWS

ସାବଧାନ! ରାଜଧାନୀରେ ବୁଲୁଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ: ନକଲି ସୁନା ବଦଳାଇ ନେଉଛନ୍ତି ଅସଲି ସୁନା

ଭୁବନେଶ୍ୱର: ହାଇପ୍ରୋଫାଇଲ ଅନ୍ଦାଜରେ ସୁନା ଠକେଇ। ନକଲି ସୁନା ବଦଳାଇ ଅସଲି ସୁନା ନେଇ ଠକୁଛନ୍ତି ନଣନ୍ଦ-ଭାଉଜ। ରାଜଧାନୀରେ ବୁଲୁଛନ୍ତି ଏହି ଲେଡି ଲୁଟେରା ଗ୍ୟାଙ୍ଗ । ଗ୍ଲାମର ଚେହେରାରେ ଗହଣା ଦୋକାନୀଙ୍କୁ ଦେଉଛନ୍ତି ଚକମା । ଖାଦମିଶା ସୁନା ଧରି ବଦଳାଇ ନେଉଛନ୍ତି ଅସଲି ସୁନା । ଉତ୍ତରପ୍ରଦେଶର ଏହି ଦୁଇ ଲେଡି ଲୁଟେରାଙ୍କୁ ଧରିଲା କମିଶନରେଟ ପୋଲିସ। ୟୁପିରୁ ଆସି ଭୁବନେଶ୍ବରରେ ଲୁଟ୍ ବେଳେ ଧରାପଡିଲେ। ଲେଡି ଲୁଟେରା ଲକ୍ଷ୍ମୀ ତିୱାରୀ ଓ ତାର ସହଯୋଗୀ ଗିରଫ।

ଉଭୟଙ୍କ ଘର ବାରଣାସୀ ବୋଲି ଜଣାପଡ଼ିଛି। ଖାରବେଳ ନଗର ଥାନା ଚନ୍ଦନ ଜୁଏଲାରୀରୁ ଲୁଟ୍ ପରେ ଅନ୍ୟ ଏକ ଗହଣା ଦୋକାନରେ ସୁନା ଅଦଳ ବଦଳି ବେଳେ ମାଡ଼ି ବସିଥାଲା ପୋଲିସ । ପାର୍ବଣ ପୂର୍ବରୁ ଏମାନେ ଏଭଳି ଆତଙ୍କ ଖେଳାଇଛନ୍ତି।

ୟୁପିରୁ ଏମାନେ ଏଭଳି ଗହଣା ନେଇ ଅସୁଛନ୍ତି। ଯାହା ସୁନାର ଖାଦ ରହିଛି। ତମ୍ବାର ଗହଣା ଉପରେ ସୁନାର ପ୍ରଲେପ ରହିଛି। ଏମାନେ ଗ୍ରାହାକ ବେଶରେ ଦୋକାନରେ ପଶୁଛନ୍ତି। ଗହଣା କିଣିବା ଆଳରେ ଅସଲି ଗହଣା ଦେଖୁଛନ୍ତି। ଆଉ ସେମାନେ ଆଣିଥିବା ଖାଦ ମିଶା ନକଲି ସୁନା ବଦଳି କରି ଲୁଟ୍ କରୁଛନ୍ତି। ସୁନା ଯାଞ୍ଚ ମେସିନ ନଥିବା ଦୋକନୀଙ୍କୁ ଏମାନେ ଟାର୍ଗେଟ କରୁଛନ୍ତି। ଏହି ଗ୍ୟାଙ୍ଗର ଅତିଷ୍ଠ ହୋଇ ଭୁବନେଶ୍ୱର ଜୁଏଲାରୀ ଆସୋସିଏସନ୍ ପୋଲିସର ଦ୍ବାରସ୍ଥ ହୋଇଥିଲା।

Leave A Reply

Your email address will not be published.