Latest Odisha News

ନୀଳଗିରି ଅଞ୍ଚଳରେ ଝାଡଖଣ୍ଡ ହାତୀ ପଲଙ୍କ ଉପଦ୍ରବ

ବାଲେଶ୍ୱର: ଝାଡଖଣ୍ଡୀ ହାତୀ ପଲଙ୍କ ଉତ୍ପାତ । ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ୫ଟି ଦନ୍ତା, ୭ ଛୁଆଙ୍କ ସମେତ ୪୨ଟି ହାତୀ ବିଭିନ୍ନ ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି ।

ନଷ୍ଟ କରୁଛନ୍ତି ବ୍ୟାପକ ଧାନ ଫସଲ । ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ନୀଳଗିରି ଅଞ୍ଚଳର ଗୋପାଳପୁର ଜଙ୍ଗଲରେ ଏହି ହାତୀ ପଲ ରହିଛନ୍ତି ।

ରାତି ହେଲେ ବଢୁଛି ଲୋକଙ୍କ ଚିନ୍ତା । ହାତୀପଲଙ୍କୁ ଘଉଡାଇବା କାମରେ ଲାଗିଛନ୍ତି ବନ ବିଭାଗ ଟିମ୍ । ନିଆଁ ହୁଳା ଓ ଶବ୍ଦ କରି ଜଙ୍ଗଲକୁ ଘଉଡ଼ାଇବା କାମ ଜାରି ରହିଛି । ପ୍ରତିବର୍ଷ ଫସଲ ଅମଳ ସମୟରେ ଝାଡ଼ଖଣ୍ଡରୁ ହାତୀ ପଲ ଓଡ଼ିଶା ସୀମାକୁ ପଶି ଆସୁଛନ୍ତି ।

Leave A Reply

Your email address will not be published.