ନୂଆଦିଲ୍ଲୀ: AI ଷ୍ଟାର୍ଟଅପ୍ କମ୍ପାନୀ Perplexity AI ଏବେ Google ର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ୍ ବ୍ରାଉଜର ଉପରେ ନଜର ରଖିଛି, ଏହି AI କମ୍ପାନୀ Chrome କିଣିବା ପାଇଁ $34.5 ବିଲିୟନ ପ୍ରସ୍ତାବ ଦେଇଛି। ଏହି କମ୍ପାନୀ ର ମୂଲ୍ୟ $18 ବିଲିୟନ (1.57 ଲକ୍ଷ କୋଟି ଟଙ୍କା) ହୋଇଥିବାବେଳେ ଏହା କ୍ରୋମ୍ ବ୍ରାଉଜରକୁ କିଣିବା ଲାଗି ଦୁଇଗୁଣା ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିବା ଜଣାପଡ଼ୁଛି । ଯାହାର ଅର୍ଥ ହେଉଛି ପର୍ପଲେକ୍ସିଟି କ୍ରୋମ କିଣିବା ପାଇଁ ଦୁଇଗୁଣ ମୂଲ୍ୟ ଦେବାକୁ ପ୍ରସ୍ତୁତ।
କିନ୍ତୁ ଗୁଗୁଲ୍ କ୍ରୋମ ବିକ୍ରୟ କରିବାକୁ କୌଣସି ଇଚ୍ଛା ଦେଖାଇ ନାହିଁ ।
Perplexity ବ୍ୟତୀତ, ଓପନ୍ଏଆଇ(OpenAI), ୟାହୁ ଏବଂ ପ୍ରାଇଭେଟ୍ ଇକ୍ୱିଟି ଫାର୍ମ ଆପୋଲୋ ଗ୍ଲୋବାଲ୍ ମ୍ୟାନେଜମେଣ୍ଟ ମଧ୍ୟ ଗୁଗୁଲ୍ କ୍ରୋମ୍ କିଣିବାକୁ ଆଗ୍ରହ ଦେଖାଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଗୁଗୁଲ୍ ପକ୍ଷରୁ କ୍ରୋମ୍ ବିକ୍ରୟ ସମ୍ପର୍କରେ କୌଣସି ସରକାରୀ ବୟାନ ଦିଆଯାଇ ନାହିଁ।
ପର୍ପଲେକ୍ସିଟି ଏକ AI ଚାଳିତ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ। ଏହା ଡିସେମ୍ବର ୨୦୨୨ ରେ ଅରବିନ୍ଦ ଶ୍ରୀନିବାସ, ଡେନିସ୍ ୟାରାଟ୍ସ, ଜନି ହୋ ଏବଂ ଆଣ୍ଡି କୋନୱିନ୍ସକିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ପର୍ପଲେକ୍ସିଟିର ସିଇଓ ହେଉଛନ୍ତି ଅରବିନ୍ଦ ଶ୍ରୀନିବାସ। ସେ କମ୍ପାନୀର ସହ-ପ୍ରତିଷ୍ଠାତା ମଧ୍ୟ। ସେ IIT ମାଡ୍ରାସରୁ Btech କରିଛନ୍ତି। ଗୁଗୁଲ୍ କ୍ରୋମ୍ ପୂର୍ବରୁ, କମ୍ପାନୀ ଟିକଟକ ର ଆମେରିକା ଅପରେସନକୁ କିଣିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲା।
ଅରବିନ୍ଦ ଶ୍ରୀନିବାସଙ୍କ କମ୍ପାନୀ ନିଜର Perplexity Pro ବ୍ୟବହାରକାରୀଙ୍କ ପାଇଁ Comet ନାମକ ଏକ ବ୍ରାଉଜର ଲଞ୍ଚ କରିଛି। ଏହି ବ୍ରାଉଜରଟି AI ପ୍ରଯୁକ୍ତିବିଦ୍ୟାରେ କାମ କରେ। Perplexity କମ୍ପାନୀ ଏହି ୱେବ୍ ବ୍ରାଉଜରରେ ଅଟୋ-ରିପ୍ଲାଏ ଭଳି ଅନେକ ବୈଶିଷ୍ଟ୍ୟ ପ୍ରଦାନ କରେ, ଯାହା ବର୍ତ୍ତମାନ Google Chrome ରେ ଉପଲବ୍ଧ ନାହିଁ।
ସୂଚନାଥାଉକି, ଅନଲାଇନ ସର୍ଚ୍ଚ ଜଗତରେ ଗୁଗଲ୍ର ଦବଦବା ରହିଛି । ଏଥିଲାଗି ଏହି ସେକ୍ଟରରେ ଅନ୍ୟ କମ୍ପାନୀଗୁଡ଼ିକୁ ସୁଯୋଗ ମିଳିପାରୁନାହିଁ । ଏପରି ସ୍ଥିତିରେ ଯଦି କ୍ରୋମ ବ୍ରାଉଜର ବିକ୍ରି ହୋଇଯାଉଛି ତେବେ ଗୁଗଲ୍ର କ୍ରିଟିକାଲ ସର୍ଚ୍ଚ ପଏଣ୍ଟ ଉପରୁ ନିୟନ୍ତ୍ରଣ ହଟିବ ଏବଂ ଅନ୍ୟ ସର୍ଚ୍ଚ କମ୍ପାନୀକୁ ସଠିକ ସୁଯୋଗ ମିଳିପାରିବ । ଏପରିକି ଯେଉଁ ଡିଭାଇସରେ Chromeକୁ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ ଭାବେ ରଖାଯାଉଛି ତାକୁ ମଧ୍ୟ ବ୍ୟାନ୍ କରିବା ଲାଗି ଆମେରିକା ନ୍ୟାୟ ବିଭାଗ ଚାହୁଁଛି ।
Comments are closed.