Latest Odisha News

BREAKING NEWS

ଗଣତନ୍ତ୍ର ଦିବସରେ କିଷାନ ଟ୍ରାକ୍ଟର ରାଲି, ସାମିଲ ହେବେ ୫ହଜାର ଟ୍ରାକ୍ଟର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି । ଗୋଟିଏ ପଟେ ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଅନ୍ୟପଟେ ଦେଶର ଅନ୍ନଦାତା ଦିଲ୍ଲୀରେ ଚାଷୀ କରିବେ କିଷାନ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ରୁଟ୍‌ରେ ଚାଷୀ ଟ୍ରକ୍ଟର ରାଲିରେ ବାହାରିବେ । ଏଥିରେ ୫ ହଜାର ଟ୍ରାକ୍ଟର ଓ ୫ ହଜାର ଲୋକ ସାମିଲ ହେ‌ବେ । ଏଥିପାଇଁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ ।

ଟ୍ରାକ୍ଟର ରାଲି ପାଇଁ ପଞ୍ଜାବ ଓ ହରିୟାଣାରୁ ହଜାର ହଜାର ଟ୍ରାକ୍ଟର ସିଂଘୁ ସୀମାରେ ପହଞ୍ଚି ସାରିଛନ୍ତି । ଟ୍ରାକ୍ଟରରେ ଜାତୀୟ ପତାକା ଲଗାଇ ସେମାନେ ରାଲିରେ ବାହାରିବାକୁ ପ୍ରସ୍ତୁତ ହେଉଛନ୍ତି । କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଯେଭଳି ସୃଷ୍ଟି ନହୁଏ ସେଥିପ୍ରତି ପୋଲିସ କଡ଼ା ନଜର ରଖିଛି ।

ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ଦୁଇ ମାସ ହେବ ଦିଲ୍ଲୀ ସଂଘୁ ସୀମାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଆଇନ ପ୍ରତ୍ୟାହାର ପାଇଁ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ସରକାରଙ୍କ ସହ ୧୧ ଥର ଆଲୋଚନା ହୋଇଥିଲେ ବି ନିଷ୍କର୍ଷ ବାହାରି ପାରୁନି ।

Leave A Reply

Your email address will not be published.