Latest Odisha News

BREAKING NEWS

ଉଲ୍ଲେଖନୀୟ ସେବା ପାଇଁ ଏହି IPS ଅଧିକାରୀଙ୍କୁ ୭ମ ଥର ମିଳିଲା ‘ରାଷ୍ଟ୍ରପତି ପୋଲିସ ପଦକ’

ନୂଆଦିଲ୍ଲୀ: ପୂର୍ବରୁ ୬ଥର ରାଷ୍ଟ୍ରପତି ପୋଲିସ ପଦକ ପାଇଥିବା ଉତ୍ତରପ୍ରଦେଶର ଆଇପିଏସ୍ ଅଧିକାରୀ ବିଜୟ ଭୂଷଣଙ୍କୁ ପୁଣି ଥରେ ରାଷ୍ଟ୍ରପତି ପୋଲିସ ପଦକ ମିଳିଛି । ଆଇପିଏସ୍ ବିଜୟ ଭୂଷଣ ୟୁପି ନିଯୁକ୍ତି ବୋର୍ଡରେ ଆଇଜି ଅଛନ୍ତି । ବିଜୟଙ୍କୁ ପୂର୍ବରୁ ୬ଥର ରାଷ୍ଟ୍ରପତି ପୋଲିସ ପଦକ ମିଳିଥିବା ବେଳେ ଉଲ୍ଲେଖନୀୟ ସେବା ପାଇଁ ସପ୍ତମ ଥର ରାଷ୍ଟ୍ରପତି ପୋଲିସ ପଦକ ମିଳିଛି ।

ଦେଶରେ ପ୍ରଥମ ଥର ଜଣେ ଆଇପିଏସ ବିଜୟଙ୍କୁ ଏକାଧିକ ବାର ରାଷ୍ଟ୍ରପତି ପୋଲିସ ପଦକ ମିଳିଛି । ଆଇପିଏସ୍ ଅଧିକାରୀ ବିଜୟ ଭୂଷଣ କୁଖ୍ୟାତ ଅପରାଧୀ ଓ ସେମାନଙ୍କ ଅପରାଧ ସାମ୍ରାଜ୍ୟକୁ ଶେଷ କରିବାରେ ମାହିର୍ । ବିଜୟ ଚାକିରି ଜୀବନ ଭିତରେ ୟୁପି ପୋଲିସରେ ଅନେକ ପୁରସ୍କାର ସହ ମୁଖ୍ୟମନ୍ତ୍ରୀ ସ୍ୱର୍ଣ୍ଣ ପଦକ ପାଇଛନ୍ତି ।

ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସ ଅବସରରେ ୬ ଜଣ ଏନଆଇଏ ଅଧିକାରୀଙ୍କୁ ମଧ୍ୟ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି । ଜାନୁଆରୀ ୨୫ରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପୋଲିସ ମେଡାଲ ଘୋଷଣା କରିଥିଲା ।

Leave A Reply

Your email address will not be published.