Latest Odisha News

BREAKING NEWS

ମୋ ସ୍କୁଲ ଅଭିଯାନ; କେଉଁ ସ୍କୁଲକୁ କିଏ ପୋଷ୍ୟ କଲେ ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ବିଧାୟକ ଏବଂ ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିବେଦନ କରିଛନ୍ତି।

ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟର କେଉଁ ସରକାରୀ ବିଦ୍ୟାଳୟ ଗୁଡିକୁ କେଉଁ ମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି? ଆସନ୍ତୁ ଜାଣିବା…

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରୋତୋ ବାଗଚି ବାଣୀବିହାରର ୟୁନିଭର୍ସିଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ବେଳେ ଆଦର୍ଶ ବିଦ୍ୟାଳୟର ପରାମର୍ଶଦାତା ବିଜୟ ସାହୁ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଅଧୀନରେ ପଟିଆ ସ୍ଥିତ ସଇଲେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାପିଠ ଏବଂ ପଟିଆ ପ୍ରାଥମିକ ବିଦ୍ୟାଳୟକୁ ଆପଣେଇଛନ୍ତି।

ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସରକାରୀ ହାଇସ୍କୁଲ ଏବଂ ମହାଲିଙ୍ଗା ସରକାରୀ ହାଇସ୍କୁଲକୁ ପୋଷ୍ୟ କରିଛନ୍ତି।

ଯାଜପୁର ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ କୋରାପୁଟ ଜୟପୁରର ସରକାରୀ ହାଇସ୍କୁଲ, ମୟୂରଭଞ୍ଜର ଏମ.କେ.ସି ହାଇସ୍କୁଲ ଏବଂ ଭୁବନେଶ୍ୱର ଆଇଆରସି ଭିଲେଜର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗ୍ରହଣ କରିଛନ୍ତି।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ୍ ପସାୟତ୍ କଟକର ରେଭେନ୍ସା କଲେଜିଏଟ୍ ସ୍କୁଲକୁ ପୋଷ୍ୟ କରିଛନ୍ତି।

ସୁଜତା ଆର କାର୍ତ୍ତିକେୟନ୍, କମିଶନର୍-କମ-ନିର୍ଦ୍ଦେଶକ ମିଶନ୍ ଶକ୍ତି, ଡବ୍ଲୁସିଡି ଏବଂ ଏମ୍ଏସ୍ ଡିପାର୍ଟମେଣ୍ଟ୍ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ସ୍ଥିତ ବାଲୁରିଆ ହାଇସ୍କୁଲ୍ ଏବଂ ନବରଙ୍ଗପୁରର ସରକାରୀ ନୋଡାଲ୍ ଆରସିଡି ହାଇସ୍କୁଲକୁ ଗ୍ରହଣ କରିଛନ୍ତି।

ଆର ବାଲକ୍ରିଷ୍ଣନ୍, (ଅବସରପ୍ରାପ୍ତ) ମୁଖ୍ୟ ପରାମର୍ଶଦାତା, ସିଏମଓ। ଯିଏକି ଗଞ୍ଜାମ ବେଲଗୁନ୍ଥା ଜି ନୁଆଗାଓଁର ଡକ୍ଟର ସଦାନନ୍ଦ ତ୍ରିପାଠୀ ବିଦ୍ୟାପିଠ, ଯାଜପୁର ମଙ୍ଗଲପୁରର ମହତାବ ଉଚ୍ଚ ବିଦ୍ୟାଳୟ ଏବଂ ଯାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗ୍ରହଣ କରିଛନ୍ତି।

ଅନୁପ ନାୟକ (ଅବସରପ୍ରାପ୍ତ) ଏଡିଜି ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଯାଜପୁରର ବଇରି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ନିର୍ଦ୍ଦେଶକ, ସାମାଜିକ କଲ୍ୟାଣ ବିଭାଗ, ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ଅରବିନ୍ଦ ଅଗ୍ରୱାଲ ବାଲାଙ୍ଗୀର କାଣ୍ଟାବାଞ୍ଜିର ବାଳିକା ହାଇସ୍କୁଲ ଏବଂ ବାଳକ ଉଚ୍ଚ ବିଦ୍ୟାଳୟକୁ ଗ୍ରହଣ କରିଛନ୍ତି।

କ୍ଷୁଦ୍ର ଓ ମଧ୍ୟମ ବିଭାଗର ଅତିରିକ୍ତ ସଚିବ ରସିଦ ଖାନ ଢେଙ୍କାନାଳ ଜିଲ୍ଲାର ଭୁବନ ହାଇସ୍କୁଲକୁ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.