ମୁମ୍ବାଇ: ମହାରାଷ୍ଟ୍ରର ଏକ ଦମ୍ପତି ତାଙ୍କ ପୋଷା କୁକୁରକୁ ଝିଅର ମାନ୍ୟତା ଦେବା ସହ ନିଜର ସାଙ୍ଗିଆ ମଧ୍ୟ ଦେଇଛନ୍ତି । କୁକୁରର ନାମ ଲକି ରାହୁଲ କୁଲକର୍ଣ୍ଣି ରଖାଯାଇଛି । ସୋମବାର ଲକି ମାଆ ହେବା ଖବର ଜଣାପଡିବା ପରେ ଏଥିନେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମସ୍ତ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବା ସହ ଉପରୋକ୍ତ ଦମ୍ପତି ଫୁଲରେ ସଜ୍ଜିତ ଝୁଲାରେ ଲକିକୁ ବସାଇଥିଲେ ।
ପରିବାର ସଦସ୍ୟମାନେ ଲକିକୁ ଉପହାର ଦେବା ସହ ମନପ୍ରିୟ ଖାଦ୍ୟ ମଧ୍ୟ ପରିବେଷଣ କରିଥିଲେ । ସୋସିଆଲ ମିଡିଆରେ କୂଲକର୍ଣ୍ଣି ଦମ୍ପତି ଏହାକୁ ଶେୟାର କରିଥିଲେ । ଯାହା କି ୟୁଜର୍ସଙ୍କୁ ବେଶ୍ ପସନ୍ଦ ଆସିଛି । ସେମାନେ ଏହି ଦମ୍ପତିଙ୍କଚୁ ପ୍ରଶଂସା ମଧ୍ୟ କରିଛନ୍ତି ।
Comments are closed.