Latest Odisha News

BREAKING NEWS

‘କପିଲ ଶର୍ମା ସୋ’କୁ ଫେରିଲେ ଭାରତୀ ସିଂହ, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ବାଇ: କପିଲ ଶର୍ମା ସୋକୁ ଫେରିଲେ କମେଡିଆନ୍ ଭାରତୀ ସିଂହ । ଭାରତୀ ଇନଷ୍ଟାଗ୍ରାମରେ ସେଟର କିଛି ଫଟୋ ସେୟାର କରିଛନ୍ତି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି । ଫଳରେ ଭାରତୀ କପିଲ ଶର୍ମା ସୋ ଛାଡିଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଫଟୋରେ ଭାରତୀ ଲେଖିଛନ୍ତି କପିଲ ଶର୍ମା ସୋ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ ।

ଭାରତୀ ସିଂହଙ୍କ ଘରୁ ଗଞ୍ଜେଇ ଜବତ ହେବା ପରେ ଭାରତୀ ସିଂହ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଥିଲା ଏନସିବି । ଏହା ପରେ ଭାରତୀ ସୋ ଛାଡିଥିବା ନେଇ ଢେର ଚର୍ଚ୍ଚା ହୋଇଥିଲା । ଏବେ ସେ ସେଟର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ନିକଟରେ  ଭାରତୀ ସିଂହଙ୍କୁ ଡ୍ୟାନ୍ସର ପୁନିତ ପାଠକଙ୍କ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା । ସ୍ବାମୀ ହର୍ଷଙ୍କ ସହ ଭାରତୀ ମସ୍ତି କରୁଥିବାର ଦେଖାଯାଇଥିଲା । ସୋସିଆଲ ମିଡିଆରେ ପୁନିତ ପାଠକଙ୍କ ମେହେନ୍ଦି ଓ ବାହାଘରର ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.