Latest Odisha News

BREAKING NEWS

ଝୁଲନ୍ତା ଅବସ୍ଥାରେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ: ଜଣେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର । ଓଲଟପୁର ଥାନା ଅନ୍ତର୍ଗତ କଣ୍ଟାପଡ଼ା ସରସ୍ଵତୀ ଶିଶୁମନ୍ଦିର ପଛ ପଟରୁ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମୃତକମାନେ ହେଲେ ବାଘୁଆ ଗାଁର ଲୋଚନ ଭୋଇ ଓ ଚିନା ଭୋଇ । ଘଟଣାସ୍ଥଳରେ ଓଲଟପୁର ଥାନା ପୋଲିସ ଖୋଳତାଡ କରୁଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.