Latest Odisha News

BREAKING NEWS

ରାତି ଅଧରେ ଚୀନ୍‌ ଆକାଶରୁ ହେଲା ଟଙ୍କା ବର୍ଷା

ନୂଆଦିଲ୍ଲୀ: ଡ୍ରଗ୍ସର ଅପବ୍ୟବହାର ପ୍ରାୟତଃ ଲୋକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ, କିନ୍ତୁ ଚାଇନାରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଡ୍ରଗ୍ସ ଗ୍ରହଣ କରିବା ଅନେକ ଲୋକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଛି। ବାସ୍ତବରେ ଚାଇନାର ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। କାରଣ ଏହି ଯୁବକ ଡ୍ରଗ୍ସ ସେବନ କରିବା ପରେ ସେ ତାଙ୍କ ବାଲ୍‌କୋନିରୁ ପୁଳା ପୁଳା ଟଙ୍କା ବାହାର କରି ଉଡାଇବା ଆରମ୍ଭ କରିଥଲେ।

ରିପୋର୍ଟ ଅନୁଯାୟୀ, ଆକାଶରୁ ଟଙ୍କା ବର୍ଷା ହେତୁ ସେଠାରେ ଯାତାୟାତ ଅର୍ଥାତ୍‌ ଟ୍ରାଫିକ୍‌ ବନ୍ଦ ହୋଇଯାଇଥିଲା ଏବଂ ଲୋକଙ୍କ ମଧ୍ୟରେ ନଗଦ ଟଙ୍କା ଉଠାଇବା ପାଇଁ ପ୍ରତିଯୋଗିତା ଲାଗିଥିଲା। ଏହାପରେ ପୋଲିସ ଏହି ଯୁବକଙ୍କୁ ଗିରଫ କରିଛି ଏବଂ ତାଙ୍କ ବିରୋଧରେ ନାର୍କୋଟିକ୍ସ ଅପବ୍ୟବହାର ମାମଲା ରୁଜୁ ହୋଇଛି।

ଏହି ଘଟଣା କିଛି ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ଚୀନ୍‌ରେ ଅବସ୍ଥିତ ଶାପିଙ୍ଗବାରେ ଘଟିଥିଲା। ଏ ନେଇ ଚୀନ୍ ପୋଲିସ୍ କହିଛି ଯେ, ରାତି ପ୍ରାୟ ୧.୩୦ ସମୟରେ ଶାପିଙ୍ଗବା ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକ ତାଙ୍କ ଘରେ ଡ୍ରଗ୍ସ ସେବନ କରିଥିଲେ ଏବଂ ଏହାପରେ ଏହାର ପ୍ରଭାବରେ ଆସି ତାଙ୍କ ବାଲକୋନିରୁ ଟଙ୍କା ଫିଙ୍ଗିଥିଲେ।

Comments are closed.