Latest Odisha News

BREAKING NEWS

୨୮ ଲକ୍ଷଟଙ୍କାର ଖାଦ୍ୟ ଅର୍ଡର୍‌ କରି ଚର୍ଚ୍ଚାରେ ଅଙ୍କୁର

ନୂଆଦିଲ୍ଲୀ : ସ୍ବାଦିଷ୍ଟ ଖାଦ୍ୟ ଖାଇବା ପାଇଁ  ସମସ୍ତଙ୍କୁ ପସନ୍ଦ । ଆଉ ସେଥିପାଇଁ ବହୁଲୋକ ମଝିରେ ମଝିରେ ଅନ୍‌ଲାଇନ୍‌ ଅର୍ଡର୍‌ କରିଥାନ୍ତି। ସେଥିମଧ୍ୟରୁ କେତେଜଣ ପ୍ରାୟ ସବୁବେଳେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର୍‌ କରନ୍ତି। ହେଲେ ଏବେ ଜଣେ ବ୍ୟକ୍ତି ଅନଲାଇନ ଅର୍ଡର କରି ରେକର୍ଡ କରିଛନ୍ତି କହିଲେ, କିଛି ଭୁଲ୍‌ ହେବ ନାହିଁ। ଜଣେ ବ୍ୟକ୍ତିଙ୍କୁ ଜୋମାଟୋ ପକ୍ଷରୁ ୨୦୨୨ର ସବୁଠାରୁ ବଡ଼ ଫୁଡି ବା ଖାଦ୍ୟପ୍ରମୀ ବ୍ୟକ୍ତି ବୋଲି କୁହାଯାଇଛି । ତେବେ ଆାସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ବିଷୟରେ ।

ଏହି ବ୍ୟକ୍ତିଙ୍କ ନାଁ ହେଉଛି ଅଙ୍କୁର, ସେ ଦିଲ୍ଲୀର ବାସିନ୍ଦା। ଜୋମାଟୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଙ୍କୁର ଗୋଟିଏ ବର୍ଷ ଭିତରେ ୩ହଜାର୩୦୦ ଥର ଖାଦ୍ୟ ଅର୍ଡର୍ ଦେଇଥିବାବେଳେ ସେ ଏଥିପାଇଁ ପ୍ରାୟ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଙ୍କୁର ପ୍ରତିଦିନ ୯ଥର ଖାଦ୍ୟ ମଗାଇଥାନ୍ତି ବୋଲି ୨୦୨୨ରେ ଜୋମାଟୋ ପକ୍ଷରୁ କରାଯାଇଥିବା ଏକ ଟ୍ରେଡ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି।

କେବଳ ସେତିକି ନୁହେଁ ୨୦୨୨ରେ ଜୋମାଟୋ ଓ ସ୍ବିଗିରେ ଅଧିକ ଅର୍ଡର୍‌ ହୋଇଥିବା ଖାଦ୍ୟ ଥିଲା ବିରିୟାନୀ। ଦ୍ବିତୀୟରେ ପିଜା। ଏହାପରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର୍‌ ତାଲିକାରେ ତନ୍ଦୁରୀ ଚିକେନ୍‌, ବଟର୍‌ ନାନ୍‌, ଭେଜ୍‌ ଫ୍ରାଏଡ୍‌ ରାଇସ୍‌, ପନିର୍‌ ବଟର୍‌ ମସାଲା, ଚିକେନ୍‌ ଫ୍ରାଏଡ୍‌ ରାଇସ୍‌ ରହିଛି। ସେଥିମଧ୍ୟରୁ ଅଙ୍କୁର ମଧ୍ୟ ଅଧିକ ଥର ବିରିୟାନୀ ମଗାଇଥିଲେ। ଜୋମାଟୋ ପକ୍ଷରୁ ଅଙ୍କୁର୍‌ଙ୍କୁ ୨୦୨୨ର ସବୁଠାରୁ ବଡ଼ ଖାଦ୍ୟପ୍ରେମୀର ଉପାଧି ମିଳିଛି।

Comments are closed.