Latest Odisha News

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୩୪୨କିଲୋମିଟର ଗଭୀରତାରେ ରହିଛି ।

ୟୁରୋପୀୟ ସିସମୋଲୋଜି ସେଣ୍ଟର ଅନୁଯାୟୀ, ଭୂମିକମ୍ପ ଝଟକା ଇଣ୍ଡୋନେସିଆ ଠାରୁ ୨୦୦୦କିଲୋମିଟର ଦୂର ଅଷ୍ଟ୍ରେଲିଆ ଏବଂ ଈଷ୍ଟ ତିମୋର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ୭.୭ ତିବ୍ରତା ଚଳିତ ବର୍ଷର ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଉଛି । ଭୂକମ୍ପ ପରେ ଭୟଭୀୟ ହୋଇ ଘର ବାହାରକୁ ଚାଲିଆସିଥିଲେ ଲୋକେ । ତେବେ ଭୂକମ୍ପ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ହେଲେ ଭୂମିକମ୍ପ ପରେ ସୁନାମୀର ସତର୍କତା ଦିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.