Latest Odisha News

BREAKING NEWS

୧୪ ବର୍ଷ ନାବାଳକର ବିଭତ୍ସ କାଣ୍ଡ: ୧୭ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରି ଫିଙ୍ଗିଦେଲା

ଯାଜପୁର: ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇରେ ୧୭ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ୧୪ ବର୍ଷର ନାବାଳକ ପୋଲିସ ପୋଲିସ ଦ୍ୱାରା ଗିରଫ ହୋଇଛି ।

ପୋଲିସ ସୂତ୍ରରୁ ପ୍ରକାଶ, ଜୁନ ୧୮ ତାରିଖରେ ଯୁବତୀର ପିନ୍ଧା ଓଢଣୀ ଦ୍ୱାରା ବେକ ଚିପି ହତ୍ୟା କରିବା ପରେ ଶବକୁ ଏକ ପୋଖରୀରେ ଠେଲି ଦେଇଥିଲା ଅଭିଯୁକ୍ତ ନାବାଳକ । ଏପରି ଘଟଣା ଘଟାଇଥିବା ପରେ ତା’ର ଜଣେ ସାଙ୍ଗକୁ ମୋବାଇଲ୍ ଦ୍ୱାରା ଜଣାଇଥିଲା ଅଭିଯୁକ୍ତ ନାବାଳକ ।

ମୃତା ଯୁବତୀର ଶବକୁ ପୋଲିସ ଉଦ୍ଧାର କଲା ପରେ ଘଟଣାଟି କ୍ରମେ ପଦାକୁ ଆସିଥିଲା । ସନ୍ଦେହରେ ପୋଲିସ ଅଭିଯୁକ୍ତକୁ ଥାନାରେ ପଚରାଉଚରା କରିବା ବେଳେ ଅଭିଯୁ୍କ୍ତ ନିଜେ ଏହି ଘଟଣା ଘଟାଇଥିବାର ପୋଲସ ଆଗରେ ସ୍ୱୀକାର କରିଥିଲା ।

ଏହି ଘଟଣା ସମ୍ପର୍କରେ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ଘଟଣାର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏକପାଖିଆ ପ୍ରେମଜନିତ ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।

Leave A Reply

Your email address will not be published.