Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀ ୫୩ଟି ବ୍ଲକର ୧୨,୨୨୫ଟି ପ୍ରକଳ୍ପ ପାଇଁ ମଞ୍ଜୁର କଲେ ୩୧୯ କୋଟି ଟଙ୍କା

ଭୁବନେଶ୍ୱର : ଓଡ଼ିଶା ସରକାର ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ ରେ ଆଜି ଏକ ନୂଆ ମାଇଲଖୁ ସ୍ଥାପନ କରିଛନ୍ତି । ମାର୍ଚ୍ଚ ୫ତାରିଖରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ମେ ୨୩ ତାରିଖରୁ ବ୍ଲକସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ଆଜି ୩ଟି ବ୍ଲକକୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ପରେ ୫୩ଟି ବ୍ଲକର ୧୩୦୦ ପଞ୍ଚାୟତରେ ୧୨,୨୨୫ଟି ପ୍ରକଳ୍ପ ପାଇଁ ମଞ୍ଜୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୧୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ର ବିଶ୍ରା ଓ ରାଜଗାଙ୍ଗପୁର ବ୍ଲକ, ଗଞ୍ଜାମ ଜିଲ୍ଲାର ପୋଲସରା ଓ ଢେଙ୍କାନାଳ ଜିଲ୍ଲାର ଓଡପଡ଼ା ବ୍ଲକର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା କରି ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁର କରିଛନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ରା ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୩କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ, ରାଜଗାଙ୍ଗପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୫କୋଟି ଟଙ୍କାରେ ୧୪୯ଟି ପ୍ରକଳ୍ପ, ପୋଲସରା ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୬.୫୦କୋଟି ଟଙ୍କାରେ ୨୪୬ଟି ପ୍ରକଳ୍ପ, ଓଡ଼ପଡ଼ା ବ୍ଲକର ୨୮ଟି ପଞ୍ଚାୟତ ପାଇଁ ୪.୯୩ କୋଟି ଟଙ୍କାରେ ୧୯୧ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ଟଙ୍କା ଆପଣମାନଙ୍କର, ଓଡ଼ିଶାବାସୀଙ୍କର । ଯେଉଁସବୁ ପ୍ରକଳ୍ପ ମଞ୍ଜୁର କରାଯାଉଛି, ସେଗୁଡ଼ିକୁ ଭଲଭାବେ ଓ ଶିଘ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗ୍ରାମବାସୀ ଓ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ସମ୍ପୃକ୍ତ ଅଞ୍ଚଳର ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.