Latest Odisha News

BREAKING NEWS

ସିକ୍ୟୁରିଟି ଗାର୍ଡକୁ ହତ୍ୟା କଲା ସିକ୍ୟୁରିଟି ଗାର୍ଡ, ଅଭିଯୁକ୍ତ ଥାନାରେ ଅଟକ

ବୌଦ୍ଧ:  ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ଏମିତି କିଛି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ। ମୃତକ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ ବୋଲି ଜଣାପଡିଛି  ।  ପୁଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ପ୍ରକାଶ ବେହେରାକୁ ଗିରଫ କରିଛି। ପ୍ରକାଶଙ୍କ ଘର ଖୁଣ୍ଟିଆପଡ଼ା ଗାଁରେ ବୋଲି ଜଣାପଡ଼ିଛି। ଯୋଗୀଭଗୋରା ଗାଁରେ  ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତ କରାଯାଇଥିଲା।

ରାତିରେ ଜଣେ ସିକ୍ୟୁରିଟି ଗାର୍ଡ ଜଗୁଥିବା ବେଳେ ଦିନରେ ଜଣେ ସିକ୍ୟୁରିଟି ଜଗୁଥିଲେ। ରାତିରେ ରଞ୍ଜନ ଦାୟିତ୍ୱରେ ରହୁଥିବା ବେଳେ ଦିନରେ ପ୍ରକାଶ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ରଞ୍ଜନ ଦାୟିତ୍ୱ ରେ ଥିବାବେଳେ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଣସି କଥାକୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରକାଶ ଏକ ଟାଙ୍ଗିଆ ରେ ରଞ୍ଜନକୁ ହାଣି ହତ୍ୟା କରିଥିଲେ। ଫଳରେ ଘଟଣାସ୍ଥଳରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ହତ୍ୟାକାରୀ ସିକ୍ୟୁରିଟି ଗାର୍ଡକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି  ।

Leave A Reply

Your email address will not be published.