ଲହୁଣିପଡା: କାଳ ହେଲା ବଣଭୋଜି। ସାଙ୍ଗମାନଙ୍କ ସହ ଜଳକ୍ରୀଡ଼ା କରୁଥିବା ବେଳେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି।ମୃତ ଯବାନ ଜଣଙ୍କ ହେଉଛନ୍ତି କେ.ବଲାଙ୍ଗ ଥାନା ଅନ୍ତର୍ଗତ କୁଡାପଡ଼ା ଗ୍ରାମର ମାନସ ରଞ୍ଜନ ମାହାନ୍ତ । ସେ ଭାରତୀୟ ସେନାର ଏନ୍ଏସ୍ଜିରେ କାର୍ଯ୍ୟରତ ଥିଲେ।
ସୂଚନାନୁସାରେ, ମାନସ ଗତ ମାସ ୧୩ ତାରିଖରୁ ଏକ ମାସ ପାଇଁ ଛୁଟିରେ ନିଜ ଗାଁକୁ ଆସିଥିଲେ । ସାଙ୍ଗମାନଙ୍କ ସହ ସେ ରବିବାର ଦିନ ବଣଭୋଜି କରିବା ଲାଗି ବିରତୋଳାକୁ ଯାଇଥିଲେ । ସେଠାରେ ବ୍ରାହ୍ମଣୀ ନଦୀରେ ସଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ସେ ବୁଡ଼ି ଯାଇଥିଲେ।
ସ୍ଥାନୀୟ ଲୋକ ଓ ସାଙ୍ଗମାନଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।
ସୂଚନା ପାଇ ଚାନ୍ଦିପୋଷ ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ମତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
Comments are closed.