Latest Odisha News

BREAKING NEWS

ପରୀ ପାଇଁ ବିଜେପି ପଦଯାତ୍ରାର ଆଦି ଦ୍ୱିତୀୟ ଦିନ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ପରୀକୁ ନ୍ୟାୟ ଦେବାକୁ ବିଜେପି ଆରମ୍ଭ କରିଥିବା ପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ଆଜି ଯାଆଁଳାରୁ ପଦଯାତ୍ରା ନୟାଗଡ଼ ଯଦୁପୁର ଅଭିମୁଖେ ବାହାରିବ । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରି ଯାଆଁଳା ଯାଏ ଯାଇଥିଲା । ପାଞ୍ଚ ଦିନରେ ବିଜେପି ନେତା ଓ କର୍ମୀ ଚାଲିବେ ଶହେ କିଲୋମିଟର । ଆସନ୍ତା ୨୪ ତାରିଖରେ ପରୀର ଗାଁ ଯଦୁପୁରରେ ବିଜେପି ପଦଯାତ୍ରା ପହଞ୍ଚିବ ।
୨୪ ତାରିଖରେ ଯଦୁପୁର ଗାଁରେ ବିଜେପି ବିଶାଳ ସମାବେଶ ଆୟୋଜନ କରିବ । ପରୀ ହତ୍ୟାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଜେପି ୧୪୭ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା କରିଥିଲା । ଏବେ ମହାପଦଯାତ୍ରାରେ ଦଳ ଯଦୁପୁର ଅଭିମୁଖେ ବାହାରିଛି ।

୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ବହୁ ବଡ଼ ବଡ଼ ନେତା ଓ ଶହ ଶହ କର୍ମୀ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.