Latest Odisha News

BREAKING NEWS

ବିଦେଶରେ କୋଟିଏର ପ୍ୟାକେଜ୍ ନା ନିଜ ଦେଶରେ ଶାନ୍ତି ?

ନୂଆଦିଲ୍ଲୀ: ନ୍ୟୁୟର୍କ ଅଫର୍: ୨ ଲକ୍ଷ ୩ ହଜାର ଡଲାର, ଯାହାର ମୂଲ୍ୟ ଭାରତରେ ୨ କୋଟି ଟଙ୍କା । ଭାରତରେ ଆୟ: ୬୦ ରୁ ୮୦ ଲକ୍ଷ ଟଙ୍କା ।
ପ୍ରଥମ ନଜରରେ ୨ କୋଟିର ପ୍ୟାକେଜ୍ ଖୁବ୍ ଆକର୍ଷଣୀୟ ଲାଗୁଛି, କିନ୍ତୁ ଏହାର ଅସଲି ଚେହେରା କିଛି ଅଲଗା । ବିଶେଷଜ୍ଞଙ୍କ ମତରେ, ନ୍ୟୁୟର୍କ ଦୁନିଆର ସବୁଠାରୁ ମହଙ୍ଗା ସହର । ସେଠାରେ ଆକାଶଛୁଆଁ ଘରଭଡ଼ା ଏବଂ ମୋଟା ଅଙ୍କର ଟ୍ୟାକ୍ସ ପରେ ହାତରେ ବହୁତ କମ୍ ଟଙ୍କା ବଞ୍ଚିଥାଏ । ଅନେକ ଭାରତୀୟ ସେଠାରେ ଖର୍ଚ୍ଚ କାଟିବା ପାଇଁ ନ୍ୟୁ ଜର୍ସି ଭଳି ପଡ଼ୋଶୀ ରାଜ୍ୟରେ ରୁହନ୍ତି, ଯେଉଁଥିପାଇଁ ସେମାନଙ୍କୁ ଦୈନିକ ଘଣ୍ଟା ଘଣ୍ଟା ଧରି ଯାତ୍ରା କରିବାକୁ ପଡ଼ିଥାଏ।

କଥା କେବଳ ଟଙ୍କାରେ ସୀମିତ ନାହିଁ। ବିଦେଶ ଯିବା ସପକ୍ଷରେ ଥିବା ଲୋକଙ୍କର ଯୁକ୍ତି ହେଉଛି ‘Global Exposure’। ନ୍ୟୁୟର୍କରେ କାମ କରିବା ଅର୍ଥ ହେଉଛି ଆନ୍ତର୍ଜାତୀୟ ନେଟୱର୍କିଂ ଏବଂ ଏପରି ଏକ ଅଭିଜ୍ଞତା, ଯାହା ଭବିଷ୍ୟତରେ ଆପଣଙ୍କ କ୍ୟାରିୟରକୁ ଏକ ଭିନ୍ନ ଉଚ୍ଚତାକୁ ନେଇଯିବ। କମ୍ ବୟସରେ ଏହି ରିସ୍କ ନେଲେ ହିଁ ପ୍ରଫେସନାଲ ଗ୍ରୋଥ୍ ସମ୍ଭବ ବୋଲି ସେମାନେ ମତ ଦେଉଛନ୍ତି।

ଅନ୍ୟପକ୍ଷରେ, ଭାରତରେ ରହିବାର ସୁବିଧା ମଧ୍ୟ କିଛି କମ୍ ନୁହେଁ। ୮୦ ଲକ୍ଷର ଦରମାରେ ଭାରତରେ ଏକ ରାଜକୀୟ ଜୀବନ ବଞ୍ଚିହେବ। ଘରୋଇ ସହାୟତା ଏବଂ ପରିବାରର ସାମାଜିକ ସପୋର୍ଟ। ଏଥିସହବିଦେଶରେ H1-B ଭିସାର କଟକଣା ଏବଂ ଅନ୍ୟାନ୍ୟ ଆୟ ଉପରେ ରୋକ୍ ମଧ୍ୟ ରହିଛି।

ତେବେ ମୁଖ୍ୟ ଦ୍ୱନ୍ଦ୍ୱ ହେଉଛି Purchasing Power ବା କ୍ରୟ ଶକ୍ତି। ନ୍ୟୁୟର୍କର ୨ କୋଟି ଟଙ୍କା ସେଠାକାର ମହଙ୍ଗା ମାଡ଼ରେ ଫିକା ପଡ଼ିଯାଉଛି, ଯେଉଁଠି ଭାରତର ୬୦-୮୦ ଲକ୍ଷ ଟଙ୍କା ଏକ ଆରାମଦାୟକ ଓ ଶାନ୍ତିପୂର୍ଣ୍ଣ ଜୀବନର ଗ୍ୟାରେଣ୍ଟି ଦେଉଛି।

ଆପଣଙ୍କ ମତରେ କ’ଣ ଶ୍ରେଷ୍ଠ ? ବିଦେଶର ସଂଘର୍ଷପୂର୍ଣ୍ଣ ସ୍ୱପ୍ନ ନା ନିଜ ଦେଶରେ ଆରାମଦାୟକ କ୍ୟାରିୟର ? ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।

Leave A Reply

Your email address will not be published.