ମୋହନା: ଘାଟିରେ ଓଲଟିଛି ଏକ ଯାତ୍ରୀବାହୀ ବସ୍। ଏହି ବସରେ ୨୪ ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ, ୪ ଜଣ ଗୁରୁତର ଅଛନ୍ତି। ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ମାର୍ଲବା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଘାଟିରୁ ଓହ୍ଲାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୪ ଜଣ ଗୁରୁତର ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ପୋଲିସ ଓ ଅଗ୍ନିଶମ ବାହିନୀ। ସେହିପରି ଆହତଙ୍କୁ ଉଦ୍ଧାର କରାଯାଇ ନୂଆପଡ଼ା ବି.ଖଜୁରିଆପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ବସଟି ଏପରି ଦୁର୍ଘଟଣା ଘଟାଇଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Comments are closed.