Latest Odisha News

ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଚାଲିଛି ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ। ବେଆଇନ ଦେଶୀ ମଦ ବିକ୍ରି ଓ ଚାଲାଣ ଅଭିଯୋଗରେ ନନ୍ଦନକାନନ ପୁଲିସ ଜଣେ ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ସୂଚନା ଆଧାରରେ ନନ୍ଦନକାନନ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ୍ ଟିମ ଦାଢା ଶନି ମନ୍ଦିର ନିକଟରେ ଅତର୍କିତ ଚଢଉ କରିଥିଲା। ଏଠାରେ ଏକ କାର ଯୋଗେ ବେଆଇନ ଦେଶୀ ମଦ ଚାଲାଣ କରୁଥିବା ଅଭିଯୋଗରେ ଅଭିଯୁକ୍ତ ହୃଷୀକେଶ ଜେନା ଓରଫ ବାବୁ ଜେନାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ ।

ଛାନଭିନ ସମୟରେ ପୁଲିସ ଉକ୍ତ ଅଭିଯୁକ୍ତଙ୍କ ହେପାଜତରୁ ମୋଟ ୩୯୦ ଲିଟର ଦେଶୀ ମଦ, ଏକ କାର ଏବଂ ୧୫୦୦ ଟଙ୍କା ଜବତ କରିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିବା ସହ ଏହି ଦେଶୀ ମଦ ବିକ୍ରୟ ତଥା ଚାଲାଣ କରିବା ନେଇ ପାଖରେ କୌଣସି ଅନୁମତି ପତ୍ର ନଥିବା ଦର୍ଶାଇଥିଲେ। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ନନ୍ଦନକାନନ ଥାନାରେ ଏକ ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି।
ବର୍ତ୍ତମାନ ଅଭିଯୁକ୍ତଙ୍କୁ ଗିରଫ କରି ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି । ନନ୍ଦନକାନନ ଥାନା ପୁଲିସ ବେଆଇନ ଦେଶୀ ମଦ ବିକ୍ରୟ ତଥା ଚାଲାଣ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Comments are closed.