Latest Odisha News

BREAKING NEWS

ଆରଟେମିିନ କଳା ସଂସ୍ଥା ପକ୍ଷରୁ ‘ ଥିଏଟର ଆଫ୍ଟର ପାଣ୍ଡେମିକ୍ ‘ ଆଲୋଚନା ଚକ୍ର

ଭୁବନେଶ୍ୱର : ଆରଟେମିିନ କଳା ସଂସ୍ଥା ଆନୁକୂଲ୍ୟରେ ‘ ଥିଏଟର ଆଫ୍ଟର ପାଣ୍ଡେମିକ୍ ‘ ଶୀର୍ଷକ ଦ୍ୱିତୀୟ କଳା ଆଲୋଚନା ଚକ୍ର ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ଚିନ୍ମୟ ମହାନ୍ତିଙ୍କ ଉପସ୍ଥାପନାରେ ଏହି କାର୍ଯ୍ୟକ୍ରମରେ ଚୌଧୁରୀ ଜୟପ୍ରକାଶ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ , ଓଡ଼ିଆ ସିନେମା ଓ ନାଟକ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ କଳା ସଂସ୍ଥାର ଅନ୍ୟ ସଦସ୍ୟ ମାନେ ଯଥା ଆଦିତ୍ୟ କୁମାର ଜେନା , ଅଜିତ୍ କୁମାର ମାନ୍ନା, ଆର୍ଯ୍ୟପ୍ରଜ୍ଞା ବାସବଦତ୍ତ, ଅବିନାଶ , ସତ୍ୟବ୍ରତ ଏବଂ ଆରଟେମିିନର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । କଳା ସଂସ୍ଥାର ସଭାପତି ଧର୍ମାଶିଷ୍ ବେହେରା ଏହି ଆଲୋଚନା ଚକ୍ରରେ ଭାଗ ନେଇଥିବା ସମସ୍ତଙ୍କୁ ସାଧୁବାଦ୍ ଦେବା ସହ ଆଗକୁ ଆହୁରି ଏମିତି କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତ ଦେଇଥିଲେ। ପରିଶେଷରେ କବିତା ମଞ୍ଜରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.