Latest Odisha News

BREAKING NEWS

ବଲିଉଡ ଗାୟକ ଶାନଙ୍କ ଧୁନରେ ମତୁଆଲା ହେଲା ଡଟ୍ ଫେଷ୍ଟ ସନ୍ଧ୍ୟା

ଭୁବନେଶ୍ୱର : ଡଟ୍ ଫେଷ୍ଟର ଧୁନରେ ରାଜଧାନୀବାସୀ ମତୁଆଲା ହେଉଥିବାବେଳେ ରବିବାର ମ୍ୟୁଜିକାଲ ନାଇଟରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡର ଲୋକପ୍ରିୟ ଗାୟକ ଶାନ୍ ।

ଶାନଙ୍କ ରୋମାଣ୍ଟିକ ଗୀତ ଗୁଡିକ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ କରିଥିଲା । ରୋମାଞ୍ଚିତ ଦର୍ଶକମାନେ ମଧ୍ୟ ଏହି ସନ୍ଧ୍ୟାକୁ ମନଭରି ଉପଭୋଗ କରିବା ସହ ଶାନଙ୍କ ସଙ୍ଗୀତର ତାଳେ ତାଳେ ଖୁବ୍ ଝୁମିଥିଲେ ।

ଆହୁରି ମଧ୍ୟ ଏହି ଡଟ୍ ଫେଷ୍ଟର ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିସହିତ ଆୟୋଜିତ ଏହି ଡଟ୍ ଫେଷ୍ଟ ପ୍ରତି ଦର୍ଶକମାନଙ୍କର ଅହେତୁକ ଆକର୍ଷଣ ଦେଖି ମୁଁ ବହୁତ ଖୁସି ଏବଂ ଚଳିତ ବର୍ଷ ପରି ପ୍ରତିବର୍ଷ ଏହି ଫେଷ୍ଟ ଆୟୋଜନ କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

Leave A Reply

Your email address will not be published.