Latest Odisha News

BREAKING NEWS

ଗଜପତି: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ’ର ଶୋଚନୀୟ ମୃତ୍ୟୁ

ଗଜପତି: ଗଜପତିରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖିରସିଂ ଗ୍ରାମରେ ଜଣେ ବ୍ୟକ୍ତି ଟାଙ୍ଗିଆ ଦ୍ୱାରା କ୍ରୋଧବଶତଃ ନିଜ ସ୍ତ୍ରୀ’କୁ ହତ୍ୟା କରିଛି ।

ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହିତ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।

ପୋଲିସ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିବା ସହିତ ତାଙ୍କଠାରୁ ଟାଙ୍ଗିଆ ଏବଂ ଏକ ଛୁରୀ ଜବତ କରିଛି ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଏହି ଦମ୍ପତ୍ତି ପାରିବାରିକ କନ୍ଦଳ ଯୋଗୁଁ ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହେଉଥିଲା ଏବଂ ପତ୍ନୀଙ୍କର ଅନ୍ୟ ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ଥିବା ନେଇ ସ୍ୱାମୀ ସନ୍ଦେହ କରୁଥିଲେ ।

ଏହି ଅନୈତିକ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଚାଲିଥିବା ବେଳେ ସ୍ୱାମୀ ଜଣକ କ୍ରୋଧାନ୍ୱୀତ ହୋଇ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଚୋଟ ମାରି ହତ୍ୟା କରିଥିଲେ ।

ତଦନ୍ତ ନସରିବା ଯାଏଁ ପୋଲିସ ମୃତ ମହିଳାଙ୍କ ନାମ ପ୍ରକାଶ କରିନାହାନ୍ତି, ଏହି ହତ୍ୟାକାଣ୍ଡରେ ଅଧିକ ସୂଚନା ଲାଗି ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.