Latest Odisha News

BREAKING NEWS

ଆରମ୍ଭ ହେଉଛି ଓଡିଶା ଟିଟିର ନୂଆ ଯୁଗ

ଭୁବନେଶ୍ୱର: ଓଡିଶାରେ ଟେବୁଲ ଟେନିସର ନୂଆ ଯୁଗ ଆରମ୍ଭ ହେଉଛି କହିଲେ ଭୁଲ ହେବନି । ଭୁବନେଶ୍ୱର ଏବଂ କଟକରେ ଅତ୍ୟାଧୂନିକ ଶୈଳୀରେ ୨ଟି ଏକାଡେମୀ ସ୍ଥାପନ ହେବା ଏହାର ଜ୍ୱଳନ୍ତ ଉଦାହରଣ । ଏହି ଏକାଡେମୀ ଓଡିଶାର କୋଣ ଓ ଅନୁକୋଣରୁ ଦକ୍ଷତା ଖୋଜିବା କାମ କରୁଛି । ଲକ୍ଷ୍ମରସାଗରରେ ଅନୁଷ୍ଠିତ ଏକାଡମୀରେ ୧୧ରୁ ବର୍ଷରୁ ୧୯ ବର୍ଷରୁ କମର ବିଭିନ୍ନ ବର୍ଗରେ ୭୬ ଜଣ ଖେଳାଳିଙ୍କୁ ପ୍ରଶିକ୍ଷଣ ପାଇଁ ଚୟନ କରାଯାଇଛି । ଏହା ବ୍ୟତୀତ ୨୦ ମାଷ୍ଟର୍ସ ଖେଳାଳି ଓ ୪ଜଣ ପାରା ଖେଳାଳି ମଧ୍ୟ ରହିଛନ୍ତି ।

କଟକର ସିଡିଏ ଏକାଡେମୀରେ ୧୫୦ ଯୁବ ଖେଳାଳିଙ୍କୁ ବଛା ଯାଇଛି । ଏହି ଦୁଇ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଖେଳାଳି ଜାତୀୟସ୍ତରରେ ପ୍ରଭାବୀ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି । ୟୁଟିଟି ଇଂଟର ଷ୍ଟେଟ ସବ ଜୁନିୟର ଓ କ୍ୟାଡେଟ ନ୍ୟାଶନାଲ ଚାମ୍ପିୟନଶିପରେ ଜିଜ୍ଞାଶୁ ସାହୁ (କଟକ), ଟାକମିଲ ମହମ୍ମଦ(କଟକ) ଜିଜ୍ଞାଶୁ ସାଇ କିରନ ପ୍ରଧାନ(ପୁରୀ) ଓ ଅନିନ୍ଦେ ଅନୂପମ ଦାସ( ଭୁବନେଶ୍ୱର) ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଓଡିଶା ଟେବୁଲ ଟେନିସ ଏକାଡେମୀ ଏଥିନେଇ ବେଶ ଉତ୍ସାହିତ ଅଛି । ଆଗାମୀ ୟୁଟିଯି ପାରା ଟେବୁଲ ଟେନିସ(୨୦ରୁ ୨୨ ମାର୍ଚ୍ଚ) ଓ ଏପ୍ରିଲରେ ହେବାକୁ ଥିବା ଜାତୀୟ ମାଷ୍ଟର୍ସ ଟେବୁଲ ଟେନିସ ପାଇଁ ମଧ୍ୟ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । କଟକ ଟିଟି ଏକାଡେମୀ କୋଚ ରାଜ ଏସ ସୁବ୍ରମଣ୍ୟୟମ ମଧ୍ୟ ଖେଳାଳିମାନଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଗକୁ କିପରି ଜାତୀୟ କ୍ୟାମ୍ପରେ ସେମାନେ ସୁଯୋଗ ପାଇବେ ସେଥିପାଇଁ ଉଦ୍ୟମ କରାଯିବ । ଓଡିଶା ଧିରେ ଧିରେ କ୍ରୀଡାର ପେଣ୍ଠସ୍ଥଳୀ ପାଲଟିଛି । ଆଗକୁ ଅନେକ ପ୍ରତିଭାବାନ ଖେଳାଳି ରାଜ୍ୟ ଓ ଦେଶର ନାମ କମାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.