Latest Odisha News

BREAKING NEWS

ଭାରସାମ୍ୟ ହରାଇ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ତାମ୍ପରାଠାରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ମଝି ରାସ୍ତାରେ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଏଥିରେ ଗାଡ଼ି ଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଘନ କୁହୁଡ଼ି ପାଇଁ ରାସ୍ତା ଦେଖାଯାଇ ନଥିଲା । ଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟ୍ୟାଙ୍କର ।

ଓଲଟିଥିବା ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବାକୁ ପୁଲିସ ଉଦ୍ୟମ ଆରମ୍ଭ ହୋଇଛି । ଗ୍ୟାସ ଟ୍ୟାଙ୍କରଟି ବିଶାଖାପାଟଣାରୁ ଜଟଣୀକୁ ଏଚପି ଗ୍ୟାସ ନେଇ ଫେରୁଥିବା ସକାଳ ସାଢ଼େ ୫ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଦୁର୍ଘଟଣା‌ ପରେ ୧୬ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ବନ୍ଦ ରହିଛି ଗାଡ଼ି ଚଳାଚଳ । ଛତ୍ରପୁର ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ସମେତ ଛତ୍ରପୁର ଉପଜିଲ୍ଲାପାଳ, ତହସିଲଦାର, ଅଗ୍ନିଶମ ବାହିନୀ ଟିମ୍ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି ।

Leave A Reply

Your email address will not be published.