Latest Odisha News

BREAKING NEWS

ୟୁରୋ କପ ଫୁଟବଲ ଫାଇନାଲର ଟିକେଟ ବ୍ଲାକ ହେଉଛି ୫୬ ଲକ୍ଷରେ!

ଲଣ୍ଡନ: ୟୁରୋକପ ଫୁଟବଲର ଫାଇନାଲ ମ୍ୟାଚ ଇଂଲଣ୍ଡ ଏବଂ ଇଟାଲୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ଖେଳାଯିବ । ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିବାରୁ ଟିକେଟ ରେଟ ଆକାଶଛୁଆଁ ହୋଇଛି । ଟିକେଟ ଇ-କମର୍ସ ୱେବସାଇଟାରେ ଏହା ୫୬ ଲକ୍ଷ ପର୍ଯ୍ୟନ୍ତ ବ୍ଲାକ ହେଉଛି । ୩୦ ହଜାର ଟଙ୍କା ମୂଲ୍ୟର ଟିକେଟ ୧୮୩ ଗୁଣ ଅଧିକରେ ବିକ୍ରୀ ହେଉଛି ।

କରୋନା ମହାମାରୀ ସତ୍ୱେ ଷ୍ଟାଡିୟମରେ ୬୭ ହଜାର ଦର୍ଶକଙ୍କୁ ଦେଖିବା ପାଇଁ ଅନୁମତି ମିଳିବ । ଟିକେଟଗୁଡିକ ଅଫିସିଆଲ ସାଇଟରେ ଖୁବ୍ କମ ସମୟରେ ବିକ୍ରୀ ହୋଇ ଯାଇଥିଲା । ଏହା ପରେ ରିସେଲ ୱେବସାଇଟ ଏବଂ ସୋସିଆଲ ସାଇଟରେ ଏହାକୁ ବ୍ଲାକରେ ବିକ୍ରି କରାଯାଇଥିଲା ।

Leave A Reply

Your email address will not be published.