Latest Odisha News

BREAKING NEWS

ରାଜରାସ୍ତା ମଝିରେ ହୁହୁ ହୋଇ ଜଳିଗଲା ଟ୍ରକ

ଯାଜପୁର: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ଘଟିଛି ଏହି ଅଘଟଣ ।

ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟୀ ନିକଟରେ ଠିଆ ହୋଇଥିବା ଅବସ୍ଥାରେ ଏକ ଟ୍ରକରେ ହଠାତ ନିଆଁ ଲାଗି ଟ୍ରକ୍ ଟି ଜଳିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ଏହି ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନାହିଁ ।

ଏହା ସର୍ଟସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି । ସୂଚନାନୁସାରେ, ଏହି ଟ୍ରକ ଟି ଟାଙ୍ଗିରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା ।

Leave A Reply

Your email address will not be published.