Latest Odisha News

BREAKING NEWS

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ, ୪ ଗୁରୁତର

କେନ୍ଦୁଝର : ପଣ୍ଡାପଡା ଥାନା ସମଗିରି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏକ ବଲେରୋ ଗଛରେ ପିଟିହେବା ପରେ ଭାରସାମ୍ୟ ହରାଇ ରାସ୍ତାରୁ ୧୦ଫୁଟ ତଳକୁ ଖସି ପଡିବାରୁ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୪ ଜଣ ଗୁରୁତର ଥିବା ଜଣାପଡିଛି । ଚିକିତ୍ସା ପାଇଁ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଗାଡିରେ ମୋଟ ୧୧ଜଣ ଥିଲେ । ସମସ୍ତେ ଗୋରୁ ବେପାରୀ ହୋଇଥିବା ବେଳେ ସେମାନେ ମୟୂରଭଞ୍ଜରୁ କେନ୍ଦୁଝର ହରିଚନ୍ଦନପୁରକୁ ଆସୁଥିବା ଜଣାପଡିଛି । ମୃତାହତମାନେ ମୟୂରଭଞ୍ଜ ଜିଲ୍ଲା ହାଟବାଦଳା ଟେଣ୍ଟପଶି ଗାଁର ବୋଲି ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.